ବଡଚଣା ବାସୀଙ୍କ ସୁଖ ସମୃଦ୍ଧି କାମନା କରି ମହାବିନାୟକ ପୀଠ ରେ ରୁଦ୍ରlଭିସେକ କଲେ ଯୁବସମାଜସେବୀ ମହେଶ୍ୱର ପରିଡା।

ଚଣ୍ଡିଖୋଲ,୩/୮(କ ବ୍ୟୁ) ପବିତ୍ର ଶ୍ରାବଣ ମାସ ଅବସରରେ ବଡଚଣା ବାସୀ ଙ୍କ ସୁଖ ସମୃଦ୍ଧି କାମନା କରି ଚଣ୍ଡିଖୋଲ ସ୍ଥିତ ପ୍ରସିଦ୍ଧ ଶୈବପୀଠ, ତଥା ପଞ୍ଚ କ୍ଷେତ୍ର ମହାବିନାୟକ ଙ୍କ ଠାରେ ରୁଦ୍ରା ଅଭିଷେକ କରିବା ସହିତ ଯଥା ବିଦ୍ଧି ପୂଜାର୍ଚ୍ଚନା କରିଥିଲେ ଯୁବ ସମାଜ ସେବୀ ମହେଶ୍ୱର ପରିଡ଼ା। ଓ ତାଙ୍କ ଧର୍ମ ପତ୍ନୀ । ଏହି କାର୍ଯ୍ୟ କ୍ରମରେ ବଡଚଣା ନିର୍ବାଚନ ମଣ୍ଡଳୀ ର ୪୩ଗୋଟି ପଞ୍ଚାଯତ ରୁ ବହୁ ପ୍ରାକ୍ତନ ସରପଞ୍ଚ, ସମିତିସଭ୍ୟ ସଭ୍ୟା, ଯୁବ ଛାତ୍ର ମହିଳା ଶୁଭେଚ୍ଛୁ ଯୋଗଦେଇ ଶ୍ରୀ ପରିଡାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ ଥିଲେ। ସମ୍ବର୍ଦ୍ଧନା ର ପ୍ରତି ଉତ୍ତରରେ ଶ୍ରୀ ପରିଡ଼ା ବଡଚଣା ର ସର୍ବାଙ୍ଗୀନ ବିକାଶ ନିମିତ୍ତ ସମସ୍ତ ସାହାଯ୍ୟ ସହଯୋଗ କରିବା ସହିତ ଯୁବ ଛାତ୍ର ମହିଳା ମାନଙ୍କ ଉନ୍ନତି ପାଇଁ ଯଥା ସାଧ୍ୟ ଉଦ୍ୟମ ଜlରିରଖିବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟ କ୍ରମରେ ଭରତ ଚନ୍ଦ୍ର ମହାପାତ୍ର, ଯୁବ ସମାଜସେବୀ ପ୍ରଦୀପ କୁମାର ଧଳ, ସତ୍ୟ ରଂଜନ ନନ୍ଦ, ବିଧାନ ସାମନ୍ତରାୟ, ଧୂଳେସ୍ଵର ଦାସ, ବିଜୟ କୁମାର ସାହୁ, ଶୈଳେନ୍ଦ୍ର ନାରାୟନ ଦେଓ, ରତିକାନ୍ତ ଭାଇ, ସାରଦା ପ୍ରସନ୍ନ ବଳ, ନିର୍ମଳ ପଣ୍ଡା, ଧବଳେଶ୍ଵର ବିଶ୍ବାଳ, ସରପଞ୍ଚ ଙ୍କ ପ୍ରତିନିଧି ଗୌତମ ସିଂହ, ସମିତି ସଭ୍ୟ ଙ୍କ ପ୍ରତିନିଧି ମଳୟ କୁମାର ସିଂହ,ପୁର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ପରିଡ଼ା। କିଶୋର ଲେଙ୍କା, ଯଯାତି ସାହୁ, ବିପିନ ବିଶ୍ୱାଳ, କିଶୋର ବାରିକ୍, ସୁବାସ ତ୍ରିପାଠୀ, ରାମଚନ୍ଦ୍ର ସ୍ଵାଇଁ, ଦିଲ୍ଲିପ ଦାସ, ଶ୍ରୀନିବାସ ପାତ୍ର, ବିଷ୍ଣୁ ଭାଇ, ମହିଳା ନେତ୍ରୀ ମଞ୍ଜୁ ଲତା ସେଠୀ, ସସ୍ମିତା ସ୍ବାଇଁ,ସମେତ ଶତାଧିକ ଯୁବ ଛାତ୍ର ମହିଳା ଶୁଭେଚ୍ଛୁ ଯୋଗଦେଇ ଶ୍ରୀ ପରିଡ଼ାଙ୍କ ନେତୃତ୍ବକୁ ସମର୍ଥନ କରିଥିଲେ।
 

Leave a Reply

Your email address will not be published. Required fields are marked *