ବାଲେଶ୍ବର : ଓଡ଼ିଶା ସାମ୍ୱାଦିକ ୟୁନିଅନ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ ଆଜି ଅଗଷ୍ଟ କ୍ରାନ୍ତି ଦିବସ ଇଞ୍ଚୁଡ଼ିି ଲବଣ ସତ୍ୟାଗ୍ରହ ସ୍ମୃତି ପୀଠ ଠାରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ପ୍ରବଳ ପରାକ୍ରମୀ ଇଂରେଜ ଶାସକ ମାନଙ୍କୁ ଦେଶରୁ ହଟାଇବା ପାଇଁ ପ୍ରାଣବଳି ଦେଇଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ସେ କହିଲେ ଯେ 1942 ମସିହା ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଡାକରା ରେ ଅଗଷ୍ଟ କ୍ରାନ୍ତି ଦିବସ କର ବା ମର ଡାକରା ଦିଆଯାଇଥିଲା। ଏହି ଡାକରାରେ ସମଗ୍ର ଦେଶରେ ସ୍ୱାଧୀନତା ସଂଗ୍ରାମ ପାଇଁ ଜନଜାଗରଣ ସୃଷ୍ଟି କରିଥିଲା।ବହୁ ସ୍ୱାଧୀନତା ସଂଗ୍ରାମୀ ଇଂରେଜ ମାନଙ୍କ ଗୁଳିରେ ପ୍ରାଣବଳି ଦେଇଥିଲେ। ସେମାନଙ୍କ ସଂଗ୍ରାମ ର ସ୍ମୃତି ସବୁ ଦିନ ଆମର ଯୁବ ସମାଜକୁ ଅନୁପ୍ରାଣୀତ କରୁଥିବ ବୋଲି କହିଥିଲେ। ଓଡ଼ିଶା ସାମ୍ୱାଦିକ ୟୁନିଅନ୍ ପକ୍ଷରୁ ଏଭଳି ଜାତୀୟ କାର୍ଯ୍ୟକ୍ରମ କରାଯାଇ ଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ। ଓୟୁଜେ ବାଲେଶ୍ବର ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ଲବଣ ସତ୍ୟାଗ୍ରହ ସ୍ମୃତି କମିଟିର ସଭାପତି ସର୍ବେଶ୍ଵର ଦାସ, ସ୍ଥାନୀୟ ସରପଞ୍ଚ ରମଣୀ ରଂଜନ ମହାଳିକ, ପୂର୍ବତନ ସରପଞ୍ଚ ଅଜୟ ବାରିକ, କାର୍ତ୍ତିକ ଦାସ , ଛୁଆ ବେହେରା,ୟୁନିଅନର ବରିଷ୍ଟ ସଦସ୍ୟ ରାମ ନାରାୟଣ ଶତପଥୀ, ଶିଶିର କୁମାର ଦାସ, ଅନାମ ଚରଣ ପଣ୍ଡା, ରବୀନ୍ଦ୍ର ମହାକୁଡ, ସୁରେଶ ଚନ୍ଦ୍ର ଦାସ,ଲକ୍ଷ୍ମୀଧର ଗାଣ ଆଶୁତୋଷ ମଲ୍ଲିକ, ତୃପ୍ତି କାନ୍ତ ପାଢ଼ୀ ,କହ୍ନେଇ ଚରଣ ପ୍ରଧାନ,ପ୍ରମୁଖ ଯୋଗ ଦେଇଥିଲେ।