
ବାରିପଦା-ଉଦଳା,(କ:ବ୍ଯୁ)
କପ୍ତିପଦା ଉପଖଣ୍ଡର ସର୍ବ ପୁରାତନ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉଦଳା ମହାବିଦ୍ୟାଳୟର ୬୦ତମ ସ୍ଵନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଯତୀନ କୁମାର ମାହାକୁଡ ଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଉତ୍ସବରେ ଉଦଳାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭାସ୍କର ମଢେଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂତନ ଶିକ୍ଷାନୀତି ୨୦୨୦ ଛାତ୍ରଛାତ୍ରୀ ମାନଙ୍କୁ କେବଳ ସ୍ଵାକ୍ଷର ନୁହେଁ ବରଂ ଶିକ୍ଷିତ, ସ୍ଵାବଲମ୍ବୀ ଓ ଅନ୍ତର୍ନିହିତ ଗୁଣର ପ୍ରକାଶ ପାଇଁ ସହାୟକ ହେବ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରମିଳା ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଶିକ୍ଷା କେବଳ ପାଠ୍ୟପୁସ୍ତକ ଭିତରେ ସୀମିତ ନୁହେଁ ବରଂ ନୈତିକତା ଓ ଭାରତୀୟ ସଂସ୍କୃତିକୁ ଜାଣିବା ଦରକାର ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେହିପରି ଉଦଳା ପଞ୍ଚାଯତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଲତା ବିଶ୍ଵାଳ, ମହାବିଦ୍ୟାଳୟର ପୁରାତନ ଶିକ୍ଷାର୍ଥୀ ସଂଘର ସଭାପତି ଡ଼ ସଚ୍ଚିଦାନନ୍ଦ ପରିଡା, ସମ୍ପାଦକ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ବସନ୍ତ କୁମାର ପରିଡା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଅଧ୍ୟାପକ ସୌମେନ୍ଦ୍ର କୁମାର ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସୁଧା ସାବିତ୍ରୀ ପଣ୍ଡା ଚଳିତ ଶିକ୍ଷାବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍ତରରେ କୃତୀତ୍ଵ ହାସଲ କରିଥିବା ବିଭିନ୍ନ କୃତୀ ଶିକ୍ଷାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ବିଶ୍ଵବିଦ୍ୟାଳୟ ସ୍ତରରେ ଶିକ୍ଷା ଏବଂ ବାଣିଜ୍ୟ ବିଭାଗରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଥିବା ଛାତ୍ରୀ ଅଙ୍କିତା ବେହେରା ଏବଂ ଛାତ୍ର ଶାଶ୍ଵତ ଖୁଣ୍ଟିଆ, ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସ୍ତରରେ କଳାରେ ସ୍ଵୟଂସିଦ୍ଧା ପରିଡା, ବିଜ୍ଞାନରେ ମୁକେଶ ହାତୀ ଓ ବାଣିଜ୍ୟ ରେ ଋତୁରାଜ ଦେ ଙ୍କୁ ମହାବିଦ୍ୟାଳୟ ତରଫରୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ସେହିପରି +୩ ବିଜ୍ଞାନ ସ୍ରୋତରେ ମହାବିଦ୍ୟାଳୟ ସ୍ତରରେ ସର୍ବାଧିକ ପ୍ରାପ୍ତାଙ୍କ ରଖିଥିବା ଛାତ୍ରୀ ଏଲୋରା ହାତୀ ଙ୍କୁ ପ୍ରାକ୍ତନ ପ୍ରାଧ୍ୟାପିକା କଲ୍ପନା ମହାନ୍ତ ଙ୍କ ପ୍ରଦତ୍ତ ସମ୍ମାନ ଓ ଅର୍ଥରାଶି ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଅଧ୍ୟାପକ ସୁଧାକର ଆଚାର୍ଯ୍ୟ, ଗୋଲକ ବିହାରୀ ନାୟକ, ପ୍ରଭାତ କୁମାର ସାହୁ, ହେଲିନା ଦାସ,ଅନିତା ଦଳେଇ, ଯୋଗେଶ ମାହାକୁଡ, ଅକ୍ଷୟ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)