
ବାରିପଦା-ଉଦଳା,(କ:ବ୍ଯୁ)
ଅଗଷ୍ଟ ମାସ ୮ ତାରିଖ ଦିନ ଉଦଳା ରୋଟାରୀ କ୍ଲବ ର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳନ କରା ଯାଇଛି। ସେଦିନ ସନ୍ଧ୍ଯା ଛ’ ଘଟିକା ରେ ହୋଟେଲ ସିପ୍ରନ ଇନ୍ ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବର୍ଷ ୨୦୨୫-୨୬ ପାଇଁ ନୁତନ ସଭାପତି ଭାବରେ ରୋଟାରିୟନ ପୁର୍ଣ୍ଣ ଚନ୍ଦ୍ର ବିଶ୍ବାଳ
କ୍ଲବ ର କାର୍ଯ୍ୟଭାର ଗ୍ରହଣ କଲେ।
ସମାରୋହ ର ପ୍ରମୁଖ ଆକର୍ଷଣ ଭାବେ ସମଗ୍ର ଓଡି଼ଶା ରାଜ୍ଯ ରେ ରୋଟାରୀ କୁ ପ୍ରତିନିଧିତ୍ବ କରୁଥିବା ରୋଟାରୀ ଜିଲ୍ଲା-୩୨୬୨ ର ପ୍ରାନ୍ତପାଳ ରୋଟାରିୟନ ମନୋଜ କୁମାର ତ୍ରିପାଠୀ ଙ୍କୁ ମୁଖ୍ଯ ଅତିଥି ରୁପରେ ନିମନ୍ତ୍ରିତ କରା ଯାଇଥିଲା।
ସର୍ବପ୍ରଥମେ କ୍ଲବ ର ବିଗତ ବର୍ଷ ର ସଭାପତି ରୋଟାରିୟନ ପ୍ରହଲ୍ଲାଦ ଦାସ ବିଧିବଦ୍ଧ ରୁପେ ବୈଠକ ଆହ୍ବାନ କରି ନୁତନ ସଭାପତି ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସହ ନିଜର ଆସନ ପରିବର୍ତନ କରିଥିଲେ। ତଦନୁରୂପ ପ୍ରାକ୍ତନ ସମ୍ପାଦକ ରୋଟାରିୟନ ଚିତ୍ତରଂଜନ ବାରିକ ଏ ବର୍ଷ ର ନୁତନ ସମ୍ପାଦକ ଭାବରେ ରୋଟାରିୟନ ସୁଦର୍ଶନ ପ୍ରଧାନ ଙ୍କୁ ଦାୟିତ୍ୱ ଅର୍ପଣ କରିଲେ।
ତତ୍ ପଶ୍ଚାତ ନୁଆ ସଭାପତି ରୋ. ଶ୍ରୀ ବିଶ୍ବାଳ ଏ ବର୍ଷ ପାଇଁ କ୍ଲବ ରେ ନିର୍ବାଚିତ ସମସ୍ତ ବୋର୍ଡ ଅଫ ଡାଇରେକ୍ଟର ର ସଦସ୍ଯ ମାନଙ୍କ ପରିଚୟ କରି କ୍ଲବ ଦ୍ବାରା ଏ ବର୍ଷ ତମାମ ହବାକୁ ଯାଉଥିବା ବିଭିନ୍ନ ସାମାଜିକ ତଥା ଗୋଷ୍ଠୀ ଉନ୍ନୟନ ଭିତ୍ତିକ କାର୍ଯ୍ୟକ୍ରମ ବିଷୟ ରେ ଆଲୋକ ପାତ କରିଥିଲେ।
ମୁଖ୍ଯ ଅତିଥି ରୋ. ମନୋଜ କୁମାର ତ୍ରିପାଠୀ ତାଙ୍କ ସମ୍ବୋଧନ ରେ ରୋଟାରୀ ର ନିସ୍ବାର୍ଥ ସେବାମୂଳକ ଇଚ୍ଛା, ଉଦ୍ଯମ ଏବଂ ଉତ୍ସାହ ଦ୍ବାରା ସାରା ବିଶ୍ବ ର ଜନସମୁଦାୟ କିପରି ଉପକ୍ରୁତ ହେଉଛନ୍ତି ସେ ବିଷୟ ରେ ପ୍ରାଧାନ୍ଯ ଦେଇଥିଲେ।
ସହ ପ୍ରାନ୍ତପାଳ ରୋ. ପ୍ରଦିପ୍ତ କୁମାର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ରୋ. ସୁରେଶ ଚନ୍ଦ୍ର ସାହୁ ଏବଂ ଜୋନାଲ ଚେୟାର ରୋ. ରାକେଶ କୁମାର ସିଂହ ଆଦି ନିମନ୍ତ୍ରିତ ଅତିଥି ଗଣ ସେମାନଙ୍କ ବକ୍ତବ୍ଯ ଜରିଆରେ ମାନବ କଲ୍ଯାଣ ପ୍ରତି ରୋଟାରୀ ର ବିବିଧ ଅବଦାନ ତଥା କ୍ଲବ ସ୍ତର ରେ ସମ୍ଭାବ୍ୟ ବହୁମୁଲ୍ଯ ଭୁମିକା ଉପରେ ଆଲୋକପାତ କରିଥିଲେ।
ଏହି ସମାରୋହ ରେ ମୟୁରଭଞ୍ଜ ଏବଂ ବାଲେଶ୍ଵର ଜିଲ୍ଲା ରେ ଥିବା ଅନେକ ରୋଟାରୀ କ୍ଲବ ର ସଦସ୍ଯ ମାନେ ମଧ୍ଯ ଯୋଗ ଦେଇଥିଲେ।
ଉଦଳା ରୋଟାରୀ କ୍ଲବ ର ପ୍ରତିଷ୍ଠାତା ସଭାପତି ରୋ. ସୁବାସ ଚନ୍ଦ୍ର ପଣ୍ଡା, ପ୍ରାକ୍ତନ ସଭାପତିଗଣ ରୋ. ଅଶୋକ ମହାନ୍ତି, ରୋ. ହରେନ କୁମାର ପଟ୍ଟନାୟକ, ମନୋରଂଜନ ପାଢ଼ୀ ଙ୍କ ସମେତ ଅନ୍ଯ ରୋଟାରିୟନ ସଦସ୍ଯ ବ୍ରୁନ୍ଦ ଯଥା ଶ୍ରୀମତୀ ପ୍ରେମଲତା ପଣ୍ଡା, ଅଞ୍ଜଳି ମହାପାତ୍ର, ରାଜଲକ୍ଷ୍ମୀ ମହାନ୍ତି, ଅଞ୍ଜଳି ମହାନ୍ତି, ବିଜୟା ବାରିକ, ଡ. ପ୍ରଶାନ୍ତ ସେନ, ଅଜୟ ବେହେରା, ବ୍ରହ୍ମାନନ୍ଦ ନାୟକ, ଅବ୍ଜବଂଧୁ ବାରିକ, ଦୁଳମଣି ପୁହାଣ, ଦୀପକ ଦାସ, ରଜତ ବିଶ୍ବାଳ ଆଦି ଯୋଗ ଦେଇ ସମାରୋହ କୁ ସଫଳ କରିଥିଲେ।
ମଞ୍ଚ ପରିଚାଳନା ର ଦାୟିତ୍ୱ ରୋ. କୁନ୍ତଳା ମହାନ୍ତ କରଥିଲେ।
ସର୍ବ ଶେଷ ରେ କ୍ଲବ ର ଉପସଭାପତି ରୋ. ପୁର୍ଣ୍ଣ ଚନ୍ଦ୍ର ସାହୁ ମୁଖ୍ଯ ଅତିଥି ଏବଂ ଅନ୍ୟ ସମସ୍ତଙ୍କର ଧନ୍ଯବାଦ ଜ୍ଞାପନ କରି ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)