“ରକ୍ଷାବନ୍ଧନ ଓ ବଳରାମ ଙ୍କ ଜନ୍ମ ଦିନ, ଝୁଲଣ ଯାତ୍ରା ପାଳିତ”

ବାରିପଦା -ଉଦଳା ୯/୮/୨୦୨୫(କ:ବ୍ଯୁ) ମୟୂରଭଞ ଜିଲ୍ଲା କପ୍ତିପଦା ଉପଖଣ୍ଡ  ଉଦଳା ରେ ଗହ୍ମା ପୂର୍ଣ୍ଣମୀ କୃଷିର ପର୍ବ ଅବସର ରେ ଆଧ୍ୟାତ୍ମିକ ପରିବେଶ ଭିତରେ  ବୃକ୍ଷକୁ ରାକ୍ଷି ବାନ୍ଧା ଏକ ନୀଆରା ଅଟେ ।ଭାରତୀୟ ସଂସ୍କୃତିର ପବିତ୍ରତ୍ତମ ସମ୍ମାନ
ଭାଇଭଉଣୀର ଅତୁଟ ଵନ୍ଧନ ରକ୍ଷାବନ୍ଧନ । ଭଉଣୀ ମାନେ ଭାଇମାନଙ୍କୁ ଦୂର ଦୂରାନ୍ତର  ରୁ ଆସି ରାକ୍ଷି ବାନ୍ଧିଛନ୍ତି ।ଆଜି ବିଭିନ୍ନ ଅନୁଷ୍ଠାନ ତରଫ ରୁ ଉଦଳା ଥାନା ,କଚେରୀ ରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ଙ୍କୁ ରାକ୍ଷି ବାନ୍ଧିଛନ୍ତି ‌।ଏହି ଅବସର ରେ ବିଭିନ୍ନ ରାକ୍ଷି ଦୋକାନ ବିଶେଷ କରି ଫୁଲ୍ ରାକ୍ଷି ଦୋକାନ ରେ ପ୍ରବଳ ଭିଡ଼ ସହିତ ମିଷ୍ଟାନ୍ନ ଦୋକାନ ରେ ଭିଡ ଲାଗିଥିଲା ।ଏହି ଶ୍ରାବଣ ପୂର୍ଣ୍ଣିମା ଶ୍ରୀଶ୍ରୀ ବଳଦେବଙ୍କ ର ଆବିର୍ଭାବ ଓ ଶ୍ରୀଶ୍ରୀ ରାଧା ଗିରିଧାରୀ ଜିଉଙ୍କ ୫ତାରିଖ ରୁ ଝୁଲଣ ଯାତ୍ରା ଉଦଳା ଗୈାଡିଅ ମଠ ରେ ଆରମ୍ଭ ‌ହୋଇ ଆଜି ରାତି ରେ ସମାପ୍ତ ହୋଇଛି ।ଶ୍ରୀଶ୍ରୀ ବଳଦେବଙ୍କ ର ଜନ୍ମ ଦିନରେ କୃଷକ ମାନେ ଆଜିର ଦିନ ରେ ଗୋମାତା ଙ୍କୁ ଗାଧୋଇ ଚନ୍ଦନ ସିନ୍ଦୁର ଲଗାଇ ପିଠା ଖାଇବାକୁ ଦେଇଥାନ୍ତି ।ଗୋଧନ ର ରକ୍ଷା ପାଇଁ  ଗୁହାଳ ପରିସ୍କାର କରି ଯଥାବିଧିରେ ପୂଜା କରିଥାନ୍ତି । ଆଜି ଗୋଟିଏ ଦିନ ସମସ୍ତେ  ବ୍ରାହ୍ମଣ ଙ୍କ ଠାରୁ  ପଇତା ଗ୍ରହଣ କରିଥାନ୍ତି । କୃଷକ ମାନେ  ଧାନ ବିଲ ର ବଛା ଛିଡାଣ ର ଶୁଭାରମ୍ଭ କରିଛନ୍ତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *