୧୧ ଲକ୍ଷ ୩୦ ହଜାର ଟଙ୍କାର ଶୌଚାଳୟ ୮ ମାସ ହେବ କାମରେ ଆସୁନି ଲୋକଙ୍କର l

ପାରାଦୀପ : ପାରାଦୀପ ପୌର ପ୍ରଶାସନ ଅଧୀନରେ ଥିବା ୧୯ ଟି ୱାର୍ଡ ମଧ୍ୟରୁ ଦୁଇ ନମ୍ବର୍ ୱାର୍ଡ ରାଜିବି ନଗର ରେ ୧୧ ଲକ୍ଷ ୩୦ ହଜାର ଟଙ୍କା ବିନିମୟରେ ତିଆରି କରା ଯାଉଥିବା ଏକ ସୌଚାଳୟ ଯାହାକୁ ସ୍ଵାୟତ ଶାସନ ଦିବସରେ ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ପାରାଦୀପ ପୌର ପ୍ରଶାସନ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ, ଉପାଧ୍ୟକ୍ଷ ଛବିରାଣୀ ରାଉତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ କର କମଳ ରେ ଉଦଘାଟନ କରାଯାଇ ଥିବା ବେଳେ ତାହା ଦୀର୍ଘ ୮ ମାସ ହେବ କୌଣସି କାମରେ ଅସୁନି ଜନ ସାଧାରଣ ଙ୍କର୍ l ଯାହାକି ଦେଖିବାକୁ ଗଲେ ସୌଚାଳୟ ଅବସ୍ଥା କହିଲେ ନ ସରେ l ଏଭଳିକି ବସାଯାଇ ଥିବା ପ୍ୟାନରେ ପାଣି ବୋଝେଇ ହୋଇ ରହିଥିବା ବେଳେ ଲୋକେ ମାନେ ଶୌଚ ହେବା ପାଇଁ ଯାଇ ପାରୁନଥିବା ଅଭିଯୋଗ ହୋଇଛି l ଏମିତି କି ସୌଚଳୟ ରେ ଲଗା ଯାଇଥିବା ଲାଇଟ୍ ଗୁଡ଼ିକ ମଧ୍ୟ ଚୋରି ହୋଇଯାଇ ଥିବା ଦେଖିବାକୁ ମିଳୁଛି ତେବେ ସୌଚଳୟଟି କାହା ସ୍ଵାର୍ଥ ରେ l ଏବିଷୟରେ ପାରାଦୀପ ପୌରାଧକ୍ଷ ଙ୍କୁ ପଚାରି ବାରେ କୁହନ୍ତି ମୁଁ ଏବିଷୟରେ ଅବଗତ ନାହିଁ l ଏଥିନେଇ ଦୁଇ ନମ୍ବର୍ ୱାର୍ଡ ର ପାରିଷଦ ତଥା ପୌରାଧକ୍ଷା ଛବିରାଣୀ ରାଉତ ଙ୍କୁ ପଚାରି ବାରେ ଉତ୍ତର ମିଳୁଛି ଏ ବିଷୟରେ କାଉଁନସିଲି ମିଟିଂଙ୍ଗ ରେ ମଧ୍ୟ ଆଲୋଚନା କରାଯାଇଥିଲା l ଏଥି ପାଇଁ ସମସ୍ତେ ଅବଗତ ଥିବା ବେଳେ ପୌରାଧ୍ୟକ କିଭଳି ନ ଜାଣିଲେ ମୁଁ କହି ପାରିବି ନାହିଁ l ଏଭଳିକି ପାଣି ନିସ୍କାସନ ପାଇଁ ପାଇପି ପକାଇ ପାଣି ବାହାର କରିବା ପାଇଁ ୫୦ ହାଜର ଟଙ୍କାର ଯୋଜନା ମଧ୍ୟ କରାଯାଇ ଥିଲା ,ତେବେ ତାହା କାହିଁକି ବନ୍ଦ ରଖା ଗଲା ମୁଁ ଜାଣିନାହିଁ l

Leave a Reply

Your email address will not be published. Required fields are marked *