
ବାଲେଶ୍ବର : ଭାରତ କୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ କରି ବିଶ୍ଵର ପ୍ରତିରକ୍ଷା ମାନଚିତ୍ର ରେ ଏକ ସ୍ବତନ୍ତ୍ର ସ୍ଥାନ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଡ଼. ଏପିଜେ ଅବଦୁଲ କାଲାମ ଆମ ସମସ୍ତଙ୍କ ପ୍ରାତଃ ସ୍ମରଣୀୟ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତ ବ୍ୟକ୍ତ କରିଛନ୍ତି। ଓଡ଼ିଶା ସାମ୍ୱାଦିକ ୟୁନିଅନ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ ଆଜି ଷ୍ଟେସନ୍ ଛକ ଠାରେ ଭାରତ ରତ୍ନ ଡ. ଏପିଜେ ଅବଦୁଲ କାଲାମ ଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସର ପ୍ରାପ୍ତ ପ୍ରଫେସର ଶତୃଘ୍ନ ମଲ୍ଲିକ କହିଲେ ଯେ,ଅବଦୁଲ କାଲାମ ଙ୍କ କର୍ମସ୍ଥଳ ଥିଲା ବାଲେଶ୍ବର ର ଚାନ୍ଦିପୁର। ସେ ଚାନ୍ଦିପୁର ରୁ ହିଁ ପ୍ରଥମେ ଉଚ୍ଚ କ୍ଷମତା ସମ୍ପନ୍ନ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରି ବିଶ୍ୱବାସୀ ଙ୍କ ହୃଦକମ୍ପ ବଢାଇ ଦେଇଥିଲେ।ସେ ଦିନ ଠାରୁ ଭାରତ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଗକୁ ବଢ଼ିବାରେ ଲାଗିଛି। ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେବା ବେଳେ ତାଙ୍କର ହୃଦକ୍ରୀୟା ବନ୍ଦ ଜନିତ କାରଣରୁ ମୃତ୍ୟୁ ରେ ସମଗ୍ର ବିଶ୍ୱରେ ଶୋକର ଛାୟା ଖେଳି ଯାଇଥିଲା ବୋଲି ସେ କହିଥିଲେ। ୟୁନିୟନର ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଶା ଖବର ର ସଂପାଦକ ଅମୀୟ କୁମାର ମହାନ୍ତି, ବରିଷ୍ଟ ସଦସ୍ୟ କୋଷଧକ୍ଷ ସୁରେଶ ଚନ୍ଦ୍ର ଦାସ, ଲକ୍ଷ୍ମୀଧର ଗାଣ,ଲକ୍ଷ୍ମୀଧର ବାରିକ, ହାଇଦର ଖାନ,ମହେଶ୍ୱର ପ୍ରଧାନ, ସୋମନାଥ ସାହୁ, ଅଜିତ କୁମାର ମହାନ୍ତି,ଆଜୀମ ବାଲେଶ୍ଵରୀ, ସେକ ନଜିମ, ଗୋପୀକୃଷ୍ଣ ମହାନ୍ତି ଅଧିପ୍ କୁମାର ଜେନା, ପ୍ରମୁଖ ଉପସ୍ଥିତ ଥିଲେ। ୟୁନିଅନର ସାଧାରଣ ସଂପାଦକ ବିବେକାନନ୍ଦ ଦାସ ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟ ଙ୍କୁ ଧନ୍ୟବାଦ ଦେଇଥିଲେ।