ସୁନାବେଶ

ଆଜି ସୁନାବେଶ କ୍ଷେତ୍ର ପୁରୀ ଧାମ
ମହାପ୍ରଭୁଙ୍କ ନବ ବେଶ
ମହଣ ମହଣ ସୁନା ଆଭୂଷଣ
ଭକ୍ତ ମିଳନେ ପ୍ରକାଶ।
ଅଧର ସେ ପଣା ଗଡୁ ଗଡୁ ଭରି
ସଜିତ ବେଶ ପୋଷାକ
ପଣା ଭୋଗ ତୃପ୍ତି ଭକ୍ତଙ୍କୁ ଯେ ଶାନ୍ତି
ପ୍ରଭୁ ଶୋଭା ଯେ ଆଲୋକ।
ନୟନ ପୁରାଇ ଭକତ ଦେଖଇ
ପ୍ରଭୁ ମୋ କେଡେ ସୁନ୍ଦର
ଚତୁର୍ଦ୍ଧା ବିଗ୍ରହ ଭକ୍ତଙ୍କୁ ଆନନ୍ଦ
ପ୍ରଭୁ ସଂସ୍କୃତି ଠାକୁର।
ନୀଳାଦ୍ରି ବିଜୟ ରତ୍ନ ସିଂହାସନ
ଆଡ଼ପ ମଣ୍ଡପ ଭକ୍ତି
ଦର୍ଶନ ମିଳଇ ଭାବରେ ଜାଣଇ
ଭକ୍ତ ପ୍ରେମ ଭକ୍ତି ଶାନ୍ତି।
ଏ ମାନଗୋବିନ୍ଦ ଦେଖି ସୁନାବେଶ
ପ୍ରତୀକ୍ଷାରେ ଆର ବର୍ଷ
ବିଶ୍ବର ମଙ୍ଗଳ ଜଗତ କୁଶଳ
ଶାନ୍ତି ଧର୍ମ ବର୍ଣ୍ଣ ଦେଶ।
ମାନଗୋବିନ୍ଦ ସ୍ବାଇଁ ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *