ନୟାଗଡ଼ : ନୟାଗଡ଼ରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଉଠିଲା ଦାବି । ନୟାଗଡ଼ ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଦାବି ଉପସ୍ଥାପନ କରିଛନ୍ତି । ଜ଼ିଲ୍ଲା ରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ସମସ୍ତ ଭିର୍ତ୍ତିଭୂମି ରହିଥିଲେ ମଧ୍ୟ କୌଣସି ରାଜନୈତିକ ଦଳ ଏଥିପାଇ ଦୃଷ୍ଟି ଦେଉ ନାହାନ୍ତି କି ଦାବି ଉପସ୍ତାପନ କରୁ ନାହାନ୍ତି ବୋଲି ଫାଉଣ୍ଡେସନ ଅଭିଯୋଗ କରିଛି । ଏଣୁ ଫାଉଣ୍ଡେସନ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ଉଠେଇବା ସହ ଆଗାମି ଦିନରେ, ଏକ ଦସ୍ତଖତ ଅଭିଯାନ କରିବ ଆବସ୍ୟକ ପଡିଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଫାଉଣ୍ଡେସନ କହିଛି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ