
ଛତ୍ରପୁର : ୨୯.୦୬.୨୫
(ମିଥୁନ ବାରିକ୍)
ଛତ୍ରପୁର : ଗଂଜାମ ଜିଲ୍ଲାରେ ଆଇନ୍ ଶୃଙ୍ଖଳାର ବିପର୍ଯ୍ୟସ୍ତ ବିରୁଦ୍ଧରେ ବାମ, ଗଣତାନ୍ତ୍ରିକ ରାଜନୈତିକ ଦଳ ତରଫରୁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା ଗତ ଦୁଇ ସପ୍ତାହ ମଧ୍ୟରେ ଗଂଜାମ ଜିଲ୍ଲାରେ ଗୋପାଳପୁର ଗଣବୃଷ୍କର୍ମ ଓ ଧରାକୋଟ ଦଳିତ ନିର୍ଯ୍ୟାତନା ଭାଜପା ସରକାରଙ୍କ ଡ଼ବଲ ଈଞ୍ଜିନର ପ୍ରକୃତ ରୂପକୁ ସାମନାକୁ ଆଣିଛି । ବାରମ୍ବାର ଅପରାଧ ସଂଗଠିତ ହେବାଦ୍ୱାରା ଅପରାଧୁଙ୍କ ଆଈନ ପ୍ରତି ଡ଼ର ନଥୁବାର ପ୍ରମାଣିତ କରୁଛି ! ଏହି ସବୁ ଘଟଣା ଗଂଜାମ ଜିଲ୍ଲାର ଆଇନ୍ଶୃଙ୍ଖଳାର ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବା ସହ ଜିଲ୍ଲା ଓ ରାଜ୍ୟ ଦେଶରେ ଚର୍ଚ୍ଚାର ବିଷୟ ହେବା ସହ ଆର୍ନ୍ତଜାତିକ ସ୍ତରରେ ଓଡ଼ିଶା ବଦନାମ ହୋଇଥିବା କୁହାଯାଇଛି । ପରେ ଜ଼ିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ଏଥିରେ ସିପିଆଇ (ଏମଏଲ ) ର ରାଜ୍ୟନେତା ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ସିପିଆଇ ର ଜ଼ିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର,ସିପିଆଇ ରାଜ୍ୟ ସମ୍ପାଦନ ମଣ୍ଡଳୀ ସଦସ୍ୟ ଏନ. ନାରାୟଣ ରେଡ୍ଡୀ, ଏନ. ଭାନୁମତି ରେଡ୍ଡୀ,ଜ଼ିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାଶ,ସିପିଏମ ର ରାମଚନ୍ଦ୍ର ନାୟକ, ଆପ ର ଜ଼ିଲ୍ଲା ସଭାପତି ସୁବାସ ରାଉତ,ସମ୍ପାଦକ ଆଦିତ୍ୟ ରଥ,ବିଜେଡ଼ି ର ମୁନା ଦାସ,ଏଆଇୱାଇଏଫ ର ପ୍ରଦୀପ ସେଠି, ଏନ. ଗିରିଜା ପ୍ରସାଦ ରେଡ୍ଡୀ ପ୍ରମୁଖ ସାମିଲ ଥିଲେ ଏଥିସହ ଉପରୋକ୍ତ ଘଟଣାକୁ ନିନ୍ଦାକରି ଅପରାଧମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯିବା ସହ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।