

ଛତ୍ରପୁର : ୨୯.୦୬.୨୫
(ମିଥୁନ ବାରିକ୍)
ଛତ୍ରପୁର : ସରକାର ଙ୍କ ନୀତି ନିୟମ କୁ ଧଯ୍ୟା ଉଡ଼ାଉଛନ୍ତି ଏହି ଘରୋଇ ପ୍ରତିଭା ଶିକ୍ଷା ଅନୁଷ୍ଠାନ l ଛତ୍ରପୁର ର ଜଣାଶୁଣା ଘରୋଇ ଶିକ୍ଷା ଅନୁଷ୍ଠାନ ପ୍ରତିଭା ରେସିଡେଣ୍ଟାଲ କଲେଜର ଭିତ୍ତି ଭୂମି ନଥାଇ କିପରି ଶିକ୍ଷା ବିଭାଗ ଦେଉଥିଲା ଅନୁମତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପରିବାର ପକ୍ଷରୁ କୁହାଯାଇଛି ଗତ ୨୫ ତାରିଖରେ ଏହି କଲେଜ ରେ ଯୁକ୍ତ ଦୁଇ ଅଧ୍ୟୟନ କରୁଥିବା କବିସୂର୍ଯ୍ୟନଗର ବ୍ଲକ୍ ର ଝାଢ଼ବନ୍ଧ ଗ୍ରାମର ଛାତ୍ର ଶୁଭମ୍ ସ୍ବାଇଁ ଙ୍କ ନିଖୋଜ ପରେ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l
ସରକାରଙ୍କ ନୀତି ନିୟମର ଅନୁସାରେ ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ନିଜ ଅଞ୍ଚଳ ରେ ଓ ଘର ପାଖରେ କିମ୍ବା ବଜାର ସ୍ଥାନରେ ହେଇଥିବା ବେଳେ ଏବେ ଛତ୍ରପୁର ସ୍ଥିତ ତାମ୍ପରା ଅଞ୍ଚଳ ରେ ଘଞ୍ଚ ଜଙ୍ଗଲ ଭିତରେ ହୋଇଥିବା ଶିକ୍ଷାନୁଷ୍ଠାନ କୁ ଅବିବାହକ ମାନେ ଜାଣି ନଥିବା କହିଛନ୍ତି । ଅନ୍ୟ ପକ୍ଷରେ ଘରୋଇ କଲେଜ ର ଅଧ୍ୟକ୍ଷାଙ୍କ ଏଫ୍ ଆଇ ଆର କୁ ଆଧାର କରି ଛତ୍ରପୁର ଥାନା ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି ସେଠାରେ ଘଞ୍ଚ ଜଙ୍ଗଲ ପରିପୂର୍ଣ ସହିତ କୌଣସି ସୁବିଧା ନାହିଁ ନା ସେଠାରେ ସିସି କ୍ୟାମେରା ଅଛି ,ନା ସେଠାରେ ବାଉଣ୍ଡ୍ରି ୱାଲ୍ ଅଛି, ନା ସେଠାରେ ସିକ୍ୟୁରିଟି ଗାର୍ଡ ଅଛି l ଏହି ଭଳି ଅସାମାଜିକ ସ୍ଥାନରେ ଘରୋଇ ଶିକ୍ଷାନୁଷ୍ଠନ କରି ବାକୁ କିଏ ଏଠି ଅନୁମତି ଦେଲା ତାହା ସମସ୍ତ ଙ୍କ ମନରେ ଉଙ୍କି ମାରୁଛି । ଯେଉଁଠି କି ପଶୁ ପକ୍ଷୀ ମାନଙ୍କ ସ୍ଥାନରେ ଘରୋଇ ଶିକ୍ଷାନୁଷ୍ଠାନ କରିଛି ଏହା କେତେ ଦୂର ଯଥାର୍ଥ ତାହା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହି ପ୍ରତିଭା ଶିକ୍ଷାନୁଷ୍ଠନ ରୁ ଯେଉଁ ଦିନ ନିଖୋଜ ଶୁଭମ୍, ସେଦିନ ହିଁ କଲେଜ୍ ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ରେଳ ଧାରଣାରୁ ମିଳିଛି ଏକ ଅଚିହ୍ନା କ୍ଷତବିକ୍ଷତ ଶବ l ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରେଳ ଧାରଣାରୁ ଶବକୁ ଜି ଆର ପି ପୋଲିସ ବ୍ରହ୍ମପୁର ଜବତ କରିବା ସହ ସୁଭମ୍ ପରିବାରକୁ ଡ଼ାକି ଚିହ୍ନିବା ପ୍ରକ୍ରିୟା କରିଥିଲା l କିନ୍ତୁ ସେ ଶବ ଏତେ ଖଣ୍ଡ ବିଖଣ୍ଡ ହୋଇଥିଲା ଯେ ପରିବାର ଲୋକ ଚିହ୍ନିବା ସମ୍ଭବ ପର ହୋଇନଥିଲା l ତେଣୁ ଜି ଆର ପି ପୋଲିସ ନିଖୋଜ ଶୁଭମ୍ ର ପରିବାର ଲୋକଙ୍କୁ ଡି ଏନ୍ ଏ ଟେଷ୍ଟ ପାଇଁ ଅନୁରୋଧ କରିଥିଲା l ଗୋଟିଏ ପକ୍ଷ ଡି ଏନ୍ ଏ ଟେଷ୍ଟ ପ୍ରକ୍ରିୟା ଚାଲିଥିବା ବେଳେ ଅନ୍ୟପକ୍ଷରେ ଶୁଭମ୍ ପରିବାର ତରଫରୁ ଛତ୍ରପୁର ଥାନାରେ ଘରୋଇ ଅନୁଷ୍ଠାନ ବିରୋଧରେ ଏତଲା ଦେଇଛନ୍ତି l ବର୍ତମାନ ଡି ଏନ୍ ଏ ଟେଷ୍ଟ କୁ ସମସ୍ତଙ୍କ ଅପେକ୍ଷା l ପ୍ରତିଭା ରେସିଡେଣ୍ଟାଲ କଲେଜର ଭିତ୍ତିଭୂମି ନ ଥାଇ କିପରି ଶିକ୍ଷା ବିଭାଗ ଅନୁମତି ପ୍ରଦାନ କଲା l କଲେଜ୍ ପରିସର ଏତେ ଅସୁରକ୍ଷିତ ଥାଇ କିପରି ଏହି କଲେଜ ରେ ପାଠପଢା ସାଙ୍ଗକୁ ହଷ୍ଟେଲ ଚାଲିଥିଲା ? ଏବେ ସମସ୍ତଙ୍କ ମନରେ ପ୍ରଶ୍ନ କାହିଁକି ନିଖୋଜ ହେଲା ଶୁଭମ୍? ଯଦି ରେଳ ଧାରଣରୁ ମିଳିଥିବା ଶବ ଶୁଭମ୍ ର ତାହାହେଲେ ଶୁଭମ୍ କାହିଁକି କଲା ଆତ୍ମହତ୍ୟା , ନା ତାକୁ କିଏ ମାରିଛି ? ଯଦି ସେ ଜୀବିତ ତାହାହେଲେ ଏବେ ସେ କୋଉଠି ? ଏମିତି ଅନେକ ପ୍ରଶ୍ନ ଠିଆ ହୋଇଛି ଏହି ଘଟଣାରେ କେବେ ତଦନ୍ତ ରିପୋର୍ଟ ମିଳିବ ତାହା ପ୍ରଶ୍ନ ।