ପାଳଲହଡା ବିଜୁ ଛାତ୍ର ଜନତା ଦଳ ପକ୍ଷରୁମାଲ୍ୟଗିରି ମହାବିଦ୍ୟାଳୟ ରେ ଛାତ୍ରୀ ମାନଙ୍କ ଦୁଇ ଘଣ୍ଟିଆ ଆନ୍ଦୋଳନ ।

ଗୋପାଳପୁର ଛାତ୍ରୀ ଦୁଷ୍କର୍ମ ଘଟଣା ରେ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା କୁ ଦାୟୀ କରି ପାଳଲହଡା ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆଜି ପାଳଲହଡା ମାଲ୍ୟଗିରି ମହାବିଦ୍ୟାଳୟ ଠାରେ ଦୁଇ ଘଣ୍ଟିଆ ବିକ୍ଷୋଭ ଏବଂ ଧାରଣା ଦେଲେ ଶତାଧିକ ଛାତ୍ର ଛାତ୍ରୀ ।ଗୋପାଳପୁର ଛାତ୍ରୀ ଦୁଷ୍କର୍ମ ଘଟଣା କୁ ନେଇ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦୁଇ ଘାଣ୍ଟିଆ ଆନ୍ଦୋଳନ ଡାକର ଦିଆଯାଇଥିଲା ।ପାଳଲହଡା ନିର୍ବାଚନ ମଣ୍ଡଳୀ ବିଜୁ ଛାତ୍ର ଜନତା ଦଳ ର ସଭାପତି ସବ୍ୟସାଚୀ କପରଦାର ଙ୍କ ନେତୃତ୍ୱ ରେ ଆଜି ଦିନ ୧୦ ଟା ରେ ମାଲ୍ୟଗିରି ମହାବିଦ୍ୟାଳୟ ରେ ଛାତ୍ରୀ ମାନଙ୍କ ଦ୍ୱାରା ଦୁଇ ଘାଣ୍ଟିଆ ଆନ୍ଦୋଳନ ହେଇଥିଲା।ଛାତ୍ରୀ ମାନେ କ୍ଲାସ ବର୍ଜନ କରି ପ୍ରଵେଶ ଫାଟକ ରେ ତାଲା ପକାଇ ଧାରଣା ରେ ବସିଥିଲେ।ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ଗଣ ଦୁଷ୍କର୍ମ ବଢୁଛି ।ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା କୁ ନେଇ ରାଜ୍ୟ ସରକାର ଙ୍କ ବିପକ୍ଷରେ ନାରାବାଜି କରିଥିଲେ। ବତିସୁଆଁ ସରପଞ୍ଚ ଶୁଭେନ୍ଦୁ କୁମାର ସାହୁ ,ଯୁବ ବିଜେଡି ନେତା ଦିବ୍ୟ କିସୋର ଗଡ଼ନାୟକ ,ମୁନୁ ଦାଶ, ମାନସରଞ୍ଜନ ସାମଲ, ନିଲୁ ଜିତ, ଚିନ୍ମୟ ସାହୁ, ପ୍ରମୁଖ ରାଜ୍ୟ ସରକାର ଙ୍କୁ ଦାୟୀ କରି ଅଭିଭାଷଣ ରଖିଥିଲେ।

Leave a Reply

Your email address will not be published. Required fields are marked *