ମାରୱାଡି ୟୁବା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

କେସିଙ୍ଗା ତା 17.06.25

ରକ୍ତ ଦାନ ମହତ୍ ଦାନ ବୋଲି କୁହଯାଏ | କଳାହାଣ୍ଡି ଜିଲ୍ଲାର କେସିଙ୍ଗା ନଗରରେ ମାରୱାଡି ୟୁବା ମଞ୍ଚ ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିର କେସିଙ୍ଗା ପୋଲିସ ଷ୍ଟେସନ ପାଖରେ ଥିବା ଅଗ୍ରସେନ ଭବନ ଠାରେ ଆଜି ସକାଳ 10 ଟା ସମୟରୁ ଆରମ୍ଭ ହୋଇ ସନ୍ଧ୍ଯା 5 ଟା ସମୟରେ ଶେଷ୍ ହୋଇଥିଲା | ମୋଟ 34 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା | ଏହି ଅବସରରେ ଉପସ୍ଥିତ ଥିଲେ କେସିଙ୍ଗା ମାରୱାଡି ୟୁବା ମଞ୍ଚ ର ସଭାପତି ବିକାଶ ଅଗ୍ରୱାଲ, ଅଙ୍କିତ ଗୁପ୍ତା, ନିଖିଲେଶ୍ ଅଗ୍ରୱାଲ, ସୂରଜ ଅଗ୍ରୱାଲ ଓ ବିବେକ ଜୈନ ସହ ସମସ୍ତ ସଦସ୍ୟ ଗଣ |

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *