
ନବରଙ୍ଗପୁର: ନବରଙ୍ଗପୁର ୧୦ ୱାର୍ଡ ସ୍ଥିତ ଆଖଣ୍ଡଳମଣି ମଣି ମନ୍ଦିର ଠାରେ ପ୍ରଧାନମନ୍ତ୍ରୀ ବୋୟ ବନ୍ଦନା ଯୋଜନା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ମାନ୍ୟବର ନବରଙ୍ଗପୁର ସାଂସଦ ବଲଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରୀଗାଁ ବିଧାୟକ ନରସିଂହ ଭତରା, ପୌର ଅଧକ୍ଷ କୁନୁ ନାୟକ, ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ, ସି ଡି ଏମ ଓ ସନ୍ତୋଷ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପୂର୍ବରୁ ମନ୍ତ୍ରୀ ଶ୍ରୀ ଜେନା ୧୦ ୱାର୍ଡ ନଂ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ ବ୍ୟକ୍ତି ମାନଙ୍କ ଘର ଘର ବୁଲି ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କାରିଥିଲେ l ୧୦ ନଂ ୱାର୍ଡ ରେ ମୋଟ ୩୭ ଜଣଙ୍କୁ ପ୍ରଧାନମନ୍ତ୍ରୀ ବୋୟ ବନ୍ଦନା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ
୧୦ ନଂ ୱାର୍ଡ କାଉନସିଲର ଏ. ସତୀଶ, ପୁନମ ସାହୁ, ମମତା ମହାରଣା, ସମେଶ ଖରା ସମେତ ସ୍ୱାସ୍ଥ୍ୟ ବିଭାଗ ର ବହୁ ଅଧିକାରୀ ଓ ଏ ଏନ ଏମ ସହିତ ଆଶା କର୍ମୀ ମାନେ ଉପସ୍ଥିତ ରହିଥିଲେ l