

ନବରଙ୍ଗପୁର:- ସରକାରଙ୍କ ବାଣିଜ୍ୟ ,ପରିବହନ ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଆସି ତେନ୍ତୁଳୀଖୁଣ୍ଟି ବ୍ଳକ ର ଖାତିଗୁଡା ଠାରେ ଥିବା ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ଇନ୍ଦ୍ରାବତୀ ଜଳ ଭଣ୍ଡାର ର ପୋଡାଗଡ଼, କପୁର, ଦେଓପାଲି ଡ୍ୟାମ ଅଂଚଳ ପରିଦର୍ଶନ କରିଥିଲେ। ଇନ୍ଦ୍ରାବତୀ ଜଳ ଭଣ୍ଡାରକୁ ଏକ ଇକୋ ଟ୍ୟୁରିଜିମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ କାର୍ଯ୍ୟକାରୀ ହେଉଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମ୍ପର୍କ ରେ ତଥ୍ୟ ସଂଗ୍ରହ କରିବା ସହ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ଇନ୍ଦ୍ରାବତୀ ପ୍ରକଳ୍ପ ପରିସରରେ ରେ ନିର୍ମାଣ ଚାଲିଥିବା ରାସ୍ତା କାମ ବୁଲି ଦେଖିଥିଲେ। ରାସ୍ତା ନିର୍ମାଣ କାର୍ଯ୍ୟ ଠିକ ରୂପେ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ ।
ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲପାଳ ଡ଼ା ଶୁଭଙ୍କର ମହାପାତ୍ର, ଉପଜିଲ୍ଲାପାଳ ପ୍ରକାଶ ମିଶ୍ର, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଉପସ୍ଥିତ ଥିଲେ।
ପରଜା ଦେଓପାଲି ଅଧୀନ ରେ ଥିବା
ଡ଼ଙ୍ଗା ଝରଣ ଗାଁ ରେ ୧୦ ଏକର ଜାଗା ରେ ଇକୋ ପାର୍କ କରାଯିବା ପାଇଁ ଡିପିଆର ପ୍ରସ୍ତୁତ କରାଯାଇଛି। ଇକୋ ଟ୍ୟୁରିଜିମ ବ୍ୟବସ୍ତା ସୁଦୃଢ କରାଗଲେ ଆଞ୍ଚଳିକ ବିକାଶ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ।