ବସୁଧା ଜଳ ଯୋଗାଣରେ ପାତର ଅନ୍ତର ଅଭିଯୋଗ

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ତୁରୁଞ୍ଜିଆଗୁଡା ଗ୍ରାମରେ ବସୁଧା ଜଳ ଯୋଗାଣରେ ପାତର ଅନ୍ତର ହୋଉଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ଗ୍ରାମରେ ଏକ ବସୁଧା ଜଳ ପାଇଁ ଏକ ଟାଙ୍କି ରହିଛି । ସମସ୍ତ ପରିବାର ଏହି ଯୋଜନାରେ ସାମିଲ କରାଯାଉଥିବା ବ୍ୟବସ୍ଥା ଥିବାବେଳେ ତଳ ସାହିରେ ପାଣି ଛଡା ଯାଉଛି ଓ ଉପର ସାହିରେ ପାଣି ଛାଡୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମର ଉପର ସାହିର ମହିଳା ସମସ୍ତେ । ମହିଳା ମାନେ କହିବା ପ୍ରକାରେ ଉପର ସାହିରେ ପ୍ରାୟ ୩୦ ପରିବାର ରୁହନ୍ତି । ଯେଉଁ ନଳକୂପ ଅଛି ସେଥିରେ ପାଣି ପିଇବା ସମ୍ଭବ ହୋଇ ପାରୁ ନାହିଁ । ସେଥିପାଇଁ ସରକାର ଏକ ବସୁଧା ଜଳ ଟାଙ୍କି ନିର୍ମାଣ କରି ଜଣକୁ ନିଯୁକ୍ତି ଦେଇଛନ୍ତି । କିନ୍ତୁ ଦୁଃଖର ବିଷୟ ଏହିକି ତଳ ସାହିରେ ସେହି କର୍ମଚାରୀ ପାଣି ଛାଡି ଉପର ସାହିକୁ ଅଣଦେଖା କରୁଛି । ଯାହାକି ଆମ ସାହିକୁ ପାଣି ନ ଦେଇ ତଳ ସାହିକୁ ପାଣି ଦେଉଛି ଫଳରେ ଉପର ସାହିର ପରିବାର ବର୍ଗ ବସୁଧା ଜଳ ପାଇବାରୁ ବଞ୍ଚିତ ହୋଉଛନ୍ତି । ବସୁଧା ଜଳ ଯୋଗାଣରେ ପାତର ଅନ୍ତର ନ କରି ସମସ୍ତ ସାହିକୁ ଜଳ ଯୋଗାଇବାକୁ ଗ୍ରାମର ଉପର ସାହିର ମହିଳା ମାନେ ଦାବି କରିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀଙ୍କ ଯୋଗାଯୋଗ କରିବାରୁ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *