ମୁଁ ସାବିତ୍ରୀ

ମୁଁ ସାବିତ୍ରୀ ମୁଁ ସାବିତ୍ରୀ
ଲୋଡା ଅଛି ମୋର
ନୂଆ ଶାଢ଼ୀ ଚୁଡ଼ି
ଆଉ ମୋ ଜୀବନ ସାଥୀ —-1
ମନ୍ଦିର ଯିବି ପୂଜା ମୁଁ କରିବି
କରିବି ମୁଁ ଉପବାସ
ମୋ ପାଇଁ କେବଳ ସ୍ବାମୀ ଭଗବାନ
ଅଟନ୍ତି ସେ ଚୀର ନମସ୍ୟ —2
ସେଦିନ ସାବିତ୍ରୀ ଧାଇଁ ଯାଇଥିଲା
ଯମଙ୍କର ପଛେ ଗୋଡ଼ାଇ
ସ୍ବାମୀ ର ଜୀବନ ବଞ୍ଚାଇବା ପାଇଁ
କଣ୍ଟକିତ ପଥେ ଥିଲା ଧାଇଁ —3
ଆଜିର ସାବିତ୍ରୀ ସୂପାରୀ ଦେଇଣ
ସ୍ବାମୀ ର ଜୀବନ ନେଉଅଛି
ପରକିଆ ପ୍ରୀତି ପାଇଁ ସେ
ସ୍ବାମୀ କୁ ଛାଡିଣ ପଳାଉ ଅଛି —
ସେ ଯୁଗ ସାବିତ୍ରୀ ଶାଶୁ ଶଶୁର ଙ୍କୁ
ସେବା କରୁ ଥିଲା
ଘର ର ଦେବତା ମଣି
ଆଜିର ସାବିତ୍ରୀ କଟୁ ବାକ୍ୟ କହି
ବୃଦ୍ଧାଶ୍ରମେ ନିଏ ଟାଣି ଟାଣି –5
ସାବିତ୍ରୀ ର ନାମ ସାବିତ୍ରୀ ର କର୍ମ
କରିବାନି ଆମେ କଳଙ୍କିତ
ଆଜିର ଦିନରେ ପ୍ରତିଜ୍ଞା ନେବାରେ
ସ୍ବାମୀ ପାଇଁ ହେଉ ଏହି ବ୍ରତ

ସ୍ବାମୀ ପାଇଁ ହେଉ ଏହି ବ୍ରତ —

ନିରୁପମା ସ୍ବାଇଁ
ଦଧିପୁର ମହାକାଳପଡ଼ା
କେନ୍ଦ୍ରାପଡ଼ା 🙏🙏

Leave a Reply

Your email address will not be published. Required fields are marked *