କେ. ଲକ୍ଷ୍ମୀପ୍ରିୟା ଗଞ୍ଜାମ କଲେଜ ଟପର୍।

ଗଞ୍ଜାମ : ୨୨.୦୬.୨୫

(ମିଥୁନ ବାରିକ୍)

ଗଞ୍ଜାମ : ଗଞ୍ଜାମ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ରେ କେ ଲଷ୍ମୀପ୍ରିୟା ରେଡି ୪୫୭ ମାର୍କ ରଖି ୭୬ ପ୍ରତିଶତ ନମ୍ବର ରେ କଲେଜ ଟପର ହୋଇଥିବା ଜଣାପଡିଛି l ସେ ଦାମୋଦର ପୁର ଗ୍ରାମର କେ ରାମଚନ୍ଦ୍ର ରେଡି ଙ୍କ ଝିଅ ଅଟନ୍ତି l ସେ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଉତ୍ତମ ଶିକ୍ଷା ବ୍ୟବସ୍ଥା ଏବଂ ଗଞ୍ଜାମ ସହରରେ ଏସ ଏମ ଟିୟୁଟରିଆଲ ରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ଯୋଗୁଁ ଏପରି ସଫଳତା ସମ୍ଭବ ହୋଇପାରିଥିବା ସେ କହିଛନ୍ତି l ବାପା ମାଙ୍କ ଆଶୀର୍ବାଦ ପାଇଁ ଆଜି ସେ ଗଞ୍ଜାମ କଲେଜ ଟପର ହୋଇଥିବା ପ୍ରକାଶ କରିଛନ୍ତି l ତାଙ୍କ ର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି l

Leave a Reply

Your email address will not be published. Required fields are marked *