ଅପରେଶନ ସିନ୍ଦୁର ସମ୍ମାନ ପାଇଁ କେସିଙ୍ଗା ସହର ରେ ତ୍ରିରଙ୍ଗା ଶୋଭାଯାତ୍ରା

କେସିଙ୍ଗା ତା 21.05.25

କେସିଙ୍ଗା ତ୍ରିରଙ୍ଗା ଶୋଭାଯାତ୍ରା କମିଟି ତରଫରୁ ଅପରେସନ ସିନ୍ଦୁର ପରାକ୍ରମ ବର୍ଣ୍ଣାଢ଼୍ୟ ବାଇକ୍ ଶୋଭାଯାତ୍ରା ଆଜି ଆୟୋଜନ ହୋଇ ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା ବୋରିଙ୍ଗପଦର ଠାରୁ ସହର ପରିକ୍ରମା କରି କୁର୍ଲପଡା ବସଷ୍ଟାଣ୍ଡରେ ପହଞ୍ଚିଥିଲା । ଅପରେସନ୍ ସିନ୍ଦୁର” ସଫଳତା ପରିପ୍ରେକ୍ଷୀରେ ଭାରତୀୟ ସଶସ୍ତ୍ର ବାହିନୀର ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ସକାଶେ ତ୍ରିରଙ୍ଗା ପତାକା ଉଡାଇ ଶାନ୍ତିପୂର୍ଣ୍ଣ ଭାବେ ଭାରତୀୟ ବୀର ଜବାନ ମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ସାହସକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ସମସ୍ତେ ଏକତ୍ରୀତ ହୋଇ ଭାରତ ମାତାକି-ଜୟ ଧ୍ୱନିରେ ଶୋଭାଯାତ୍ରା କେସିଙ୍ଗା ସହର ପରିକ୍ରମା ପୂର୍ବକ ଆଗକୁ ବଢିଥିଲା । ଏହି ଶୋଭାଯାତ୍ରାରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ସିଂହ ଦେଓ ଓ ପୂର୍ବତନ ସାଂସଦ ଶ୍ରୀ ଅର୍କ କେଶରୀ ଦେଓ, ତହସିଲଦାର ଶ୍ରୀମତୀ ପ୍ରଶାନ୍ତି ପ୍ରଧାନ, କେସିଙ୍ଗା ବି ଡି ଓ ଜନ୍ମେଜୟ ସ୍ଵାଇଁ, କେସିଙ୍ଗା ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଏନ୍ ଏ ସି ଅଧ୍ୟକ୍ଷ ନୃପ ରାଜ ୟାଦବ ,କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କେସିଙ୍ଗା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ,କେସିଙ୍ଗା ବିଜେପି ସଭାପତି ପିଙ୍କୁ ପରିଡା, ପୁର୍ବତନ ବିଜେପି ସଭାପତି ମଗନ ସିନ୍ଦୁର, ପୂର୍ବତନ ବି ଜେ ଡି ସଭାପତି ରମେଶ ପଟ୍ଟନାଏକ, ଗୋବିନ୍ଦ ବନଛୋର
ଜିଲ୍ଲା ସହଯୋଗୀ ସନ୍ତୋଷ ଦାସ, ପ୍ରଶାନ୍ତ ବାନାର୍ଜୀ, ପ୍ରୀତେଶ ପଟେଲ,ସଞ୍ଜୟ ଜୈନ, ବିମଳା ବାଗ, ବଜରଙ୍ଗ ଜୈନ, କୈଳାଶ ଜୈନ, ସିଲୁ ପରିଡା, ରଶ୍ମୀ ମିଶ୍ର, ସୁନୀଲ ଜୈନ ଗଣ୍ୟମାନ୍ୟ ନେତ୍ତୃବର୍ଗ ସାମିଲ ହୋଇ ତ୍ରିରଙ୍ଗା ପତାକା ଉଡ଼ାଇ ଦେଶ ମାତୃକାର ଜୟଗାନରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *