ଦିବ୍ୟାଙ୍ଗ ଭଗବାନ ଅଟୋ ଚଳାଇ ସ୍ୱାବଲମ୍ବୀ , ସରକାରଙ୍କ ବିଭାଗ ତରଫରୁ ଦିଆଯାଇଥିଲା ଅଟୋ , ପରିବାର ବର୍ଗ ସରକାରଙ୍କୁ ଦେଲେ ଧନ୍ୟବାଦ

ନବରଙ୍ଗପୁର:- ଜନ୍ମରୁ ଦୁଇଟି ଗୋଡ଼ ଅଚଳ , ଦୁଇ ହାତ ସାହାର୍ଯ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିଲେ । କିଛି କାର୍ଯ୍ୟ କରୁ ନଥିବା ବେଳେ ପରିବାର ଚଳିବା କଷ୍ଟଦାୟକ ହୋଇଥିବା ସମୟରେ ଏବେ ବ୍ୟାଟେରୀ ଅଟୋ ଯୋଗାଇଛି ରୋଜଗାର ପନ୍ଥା । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଚଳାଇ ପାରୁଛନ୍ତି ଦିବ୍ୟାଙ୍ଗ ଜଣକ । ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏକ ବ୍ୟାଟେରୀ ଅଟୋ ଦିଆଯାଇଛି । ପରିବାର ତରଫରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ କୁମ୍ଭାର ମୁଣ୍ଡାଗୁଡା ଗ୍ରାମର ଦିବ୍ୟଙ୍ଗ ଭଗବାନ ଭତ୍ରା । ପରିବାର କହିଲେ ସ୍ତ୍ରୀ ଓ ଦୁଇ ପୁଅ । ବିବାହିତ ସମୟରେ ବହୁତ କଷ୍ଟରେ ପରିବାର ଚାଲୁଥିଲା । ସ୍ତ୍ରୀ କୁଲିମଜୁରୀ କରି ଯାହା ଆଣୁଥିଲେ ସେଥିରେ ପରିବାର ଚଳୁଥିଲା । ଦିବ୍ୟଙ୍ଗ ଭତ୍ତା ଭାବେ ଏକ ହଜାର ଟଙ୍କା ମିଳୁଥିଲା ବର୍ତ୍ତମାନ ତିନି ହଜାର ପାଞ୍ଚଶହ ଟଙ୍କା ଭତ୍ତା ମିଳୁଥିବା ସହ ୨୦ କେଜି ଚାଉଳ ମିଳୁଛି । ସରକାରଙ୍କ ଯୋଜନା ଅନୁଯାୟୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏକ ବ୍ୟାଟେରୀ ଅଟୋ ପ୍ରଦାନ କରାଯାଇଛି । ଫଳରେ ଏବେ ସ୍ୱାବଲମ୍ବୀ ହେବା ସହ ପରିବାର ଖୁସିରେ ଚଳୁଛନ୍ତି । ଅଟୋ ହେବାରୁ ରୋଜଗାର କରିବାର ସୁଯୋଗ ପାଇଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଭଗବାନ । ରାତି ପାହିଲେ ନିଜ ଗାଁ ଠାରୁ ପାପଡାହାଣ୍ଡି , ଜଟାବାଲ ଓ ନବରଙ୍ଗପୁର କୁ ଯାତ୍ରୀ ନେଇ ଦିନକୁ ୪୦୦ ରୁ ୫୦୦ ଟଙ୍କା ରୋଜଗାର କରି ପାରୁଛନ୍ତି । ଦିବ୍ୟଙ୍ଗ ହୋଇ ମଧ୍ୟ ରୋଜଗାରକ୍ଷମ ହୋଇଥିବାରୁ ଅନ୍ୟଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ଭଗବାନ । ଜନ୍ମରୁ ଦୁଇ ଗୋଡ଼ ଅଚଳ ହୋଇ ଥିବାରୁ କୌଣସି ପ୍ରକାର କାମ କରି ପାରୁ ନ ଥିଲେ । ସ୍ତ୍ରୀଙ୍କ ଉପରେ ଭରସା ରଖି ଜୀବନ କାଟୁଥିଲେ । କିନ୍ତୁ ସରକାରଙ୍କ ଏହି ଯୋଜନା ହେତୁ ଅଟୋ ମିଳି ଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଭଗବାନ ଓ ଗ୍ରାମାବାସୀ । ବର୍ତ୍ତମାନ ପରିବାରର ସମସ୍ତେ ଅଟୋ ଆଣିବା ଦିନରୁ ଖୁସିରେ ରହିଥିବା କହିଛନ୍ତି ତାଙ୍କ ସ୍ତ୍ରୀ ।

Leave a Reply

Your email address will not be published. Required fields are marked *