“ପୋଖରୀ ଶୂନ୍ଯ ହେବ ଉଦଳା-ଏନ୍ ଏ ସି, ସହରାଞ୍ଚଳର ୨ନମ୍ବର ୱାର୍ଡ ସ୍ଥିତ ଆଦିବାସୀ

ଉଦଳା : ପୋଖରୀ ଶୂନ୍ଯ ହେବ ଉଦଳା-ଏନ୍ ଏ ସି, ସହରାଞ୍ଚଳର ୨ନମ୍ବର ୱାର୍ଡ ସ୍ଥିତ ଆଦିବାସୀ ଅଧ୍ଯୁଷିତ,ଜଳକ୍ଳୀଷ୍ଟ,ନାଗପାଳଅଞ୍ଚଳ” ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡସ୍ଥ ଉଦଳା ଏନ୍ ଏ ସିର ୨ନମ୍ବର ୱାର୍ଡ, ନାଗପାଳ ଅଞ୍ଚଳଟି ଏକ ଆଦିବସୀଅଧ୍ଯୁଷିତ, ଜଳକ୍ଳୀଷ୍ଟ ଅଞ୍ଚଳ ଅଟେ।ଏହା ଏକ ବିଶାଳ ଜନବସତି ବିଶିଷ୍ଟ ହୋଇଥିବାରୁ ତତ୍କାଳୀନ ସରକାର ଲୋକଙ୍କ ଜଳକଷ୍ଟ ଲାଘବ କରିବାକୁ ଯାଇ ଖାତା ନଂ-୩୦୬, ମୌଜା ଉଦଳା ଟାଉନ ଇୟୁନିଟ୍ ନଂ-୨, ନାଗପାଳ, ପ୍ଲଟ ନ:୪୭୧,୪୭୨,୪୭୩ ମୋଟ ଏ୨,0୨ଡେସିମିଲ ପରିମିତ ଜାଗା ପୋଖରୀ ନାମରେ ଦରଜ କରାଇ ତା ଉପରେ ଏକ ପୋଖରୀ ଖୋଳାଇ ଦେଇଥିଲେ।ଅଞ୍ଚଳବାସୀ ତଥା ଆଖ ପାଖ ଅଞ୍ଚଳର ବାସିନ୍ଦାମାନେ ଏହି ଏକମାତ୍ର ଜଳଉତ୍ସ ଉପରେ ନିର୍ଭରକରି ଆସୁଥିବାବେଳେ ସେ ଅଞ୍ଚଳ ଯାକର ଗୃହପାଳିତ ଓ ବୁଲା ପଶୁ,ପକ୍ଷୀ
ମାନଙ୍କର ସର୍ବକାଳୀନ ତୃଷା ନିବାରଣର ଏକମାତ୍ର ଉତ୍ସ ଥିଲା। ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ବାସିନ୍ଦା ମାନେ ଏହି ଏକ ମାତ୍ର ସରକାରୀ ଜଳାଶୟକୁ ଆଶ୍ରା କରି ବଞ୍ଚିଆସୁଥିଲେ।ତା୨୦\୧୨\୧୩ଠାରୁ ଉଦଳା ଏନ୍ ଏ ସି କର୍ତ୍ତୃପକ୍ଷ ଉକ୍ତ ନାଗପାଳ ସରକାରୀ ପୋଖରୀର ତତ୍ବାବଧାରକ ଭାବେ ମଛଚାଷ କରିବା ପାଇଁ ପୋଖରୀଟିକୁ ପ୍ରତିବର୍ଷ ନିଲାମ କରି ଅର୍ଥ ସଂଗ୍ରହ କରିଆସୁଛନ୍ତି। ହେଲେ ପୋଖରୀଟିର ଉନ୍ନତି ବା ପୁନରୁଦ୍ଧାର କାର୍ଯ୍ୟ ପ୍ରତି ଧ୍ଯାନ ଦେଲେନାହିଁ। ଫଳରେ ପୋଖରୀ ଟି କ୍ରମଶଃ ପୋତିହୋଇ ଜଳପୁଟ ଅଞ୍ଚଳ ସଂକୁଚିତ ହେବାରୁ ସେ ତାହାର ଜଳଧାରଣକ୍ଷମତା ହରାଇବାକୁ ବସିଲା। କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଆବେଦନ ନିବେଦନ ଓ ପୃଷ୍ଠା ମଣ୍ଡନ ସତ୍ବେ ବି କୌଣସି ସୁଫଳ ମିଳିଲା ନାହିଁ।ଜନସଂଖ୍ୟା ବୃଦ୍ଧି କୁ ଆଖିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ଜଳ ସଂରକ୍ଷଣକୁ ଗୁରୁତ୍ବ ଦିଆଯାଇଛି।ଏହି ପରିପେକ୍ଷୀରେ ସ୍ବାଧୀନତାର୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଅମୃତ ସରୋବର ଯୋଜନା ସୁଭାରମ୍ଭ କରି ଥିଲେ।ଏହି ଯୋଜନାରେ ଦେଶରପ୍ରତିଜିଲ୍ଲାର ସହରାଞ୍ଚଳରେ ୭୫ଟି ଅମୃତ ସରୋବର ଖନନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ପୁରୁଣା ପୋଖରୀ ର ପୁନରୁଦ୍ଧାର କୁ ଗୁରୁତ୍ବ ଦିଆଯାଇଛି।ବିଶେଷକରି ଭୂତଳ ଜଳସ୍ତର କ୍ରମହ୍ରାସମାନ ଧାରାକୁ ରୋକାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗ୍ରାଧିକାର ଭିତ୍ତିରେ ସହରାଞ୍ଚଳର ପୁରୁଣା ପୋଖରୀ ଗୁଡିକର ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅମୃତ ସରୋବର ଯୋଜନାରେ ଦେଶର ପ୍ରତି ଜିଲ୍ଲାକୁ ୭୫ଗୋଟି ଅମୃତ ସରୋବର ଖନନ ପାଇଁ କୋଟିକୋଟି ଟଂକାର ଅନୁଦାନ ପ୍ରଦାନ କରିଥିଲେ। ମାତ୍ର କାର୍ଯ୍ୟ ପାଇଁ ଜିଲ୍ଲାର ସହରାଞ୍ଚଳ ପୋଖରୀ ଗୁଡିକର ପୁନରୁଦ୍ଧାର ଓ ରୂପାନ୍ତରିଣକୁ ଅଧି ଗୁରୁତ୍ୱ ଦିଆଯାଇଥିବାରୁ ମୟୂରଭଞ୍ଜ ଜିଲ୍ଲାକୁ ସେହି ଯୋଜନାରେ ଆସିଥିବା କୋଟିକୋଟି ଟଙ୍କାର ଅନୁଦାନକୁ ଖର୍ଚ୍ଚ କରାଯାଇ ବାରିପଦା ସହରାଞ୍ଚଳର ଜଳଧାରଣ କ୍ଷମତା ବହନ କରୁଥିବା ପୁରୁଣା ପୋଖରୀ ଗୁଡିକର ପୁନରୁଦ୍ଧାର ଓ ରୂପାନ୍ତରିଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଥିବାବେଳେ ସେହିଜିଲ୍ଲାର ଅନ୍ଯ ସହରାଞ୍ଚଳ ଉଦଳା ଏନ୍ ଏ ସି କର୍ତ୍ତୃପକ୍ଷଙ୍କ ତତ୍ବାବଧାନ ରେ ଥାଇ ଜଳଧାରଣ କ୍ଷମତା ହରାଇବାକୁ ବସିଥିବା ପୂର୍ବ ଚର୍ଟିତ ନାଗପାଳ ସରକାରୀ ପୋଖରୀ ଟି ର ପୁନରୁଦ୍ଧାର କୁ ଜିଲ୍ଲା ପ୍ରଶାସନ ଅଣଦେଖା କରିଥିବାବେଳେ ଗତ “ତା୦୫\୦୩\୨୫ରିଖ ରେରୌଦ୍ରତାପ କ୍ରମଶଃ ବୃଦ୍ଧି ଆଶଙ୍କାରେ ଡଳକ୍ଳୀଷ୍ଟ ଅଞ୍ଚଳବାସୀଙ୍କୁ
ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ର ପରାମର୍ଶ ” ଶୀର୍ଷକ ଲେଖା ମାଧ୍ୟମରେ ରୌଦ୍ରତାପର କ୍ରମଶଃ ବୃଦ୍ଧି ଫଳରେ ପୋଖରୀ,ଗଡିଆ ଓ ଅନ୍ୟାନ୍ୟ ଜଳାଶୟ ମାନ ଶୁଖି ଯାଉଥିବାରୁ ମୁକ୍ତ ବିହଙ୍ଗ ତଥା ବୁଲା ପ୍ରାଣୀ ମାନେ ସେମାନଙ୍କ ତୃଷା ମେଣ୍ଟାଇବା ପାଇଁ ପରିଷ୍କାର ଜଳ ପାଇପରୁ ନ ଥିବାରୁ “ଜୀବେ ଦୟା” ମନୋଭାବ ରଖି ପ୍ରାଣୀ ପ୍ରେମୀ ତଥା ସମସ୍ତ ଜନ ସାଧାରଣଙ୍କୁ ଏହି ଉତ୍କଟ ଗ୍ରୀଷ୍ମ ପ୍ରବାହ ସମୟରେ ମୁକ୍ତ ବିହଙ୍ଗ ତଥା ବୁଲା ପ୍ରାଣୀମାନଙ୍କୁ ବିଭିନ୍ନ ଉପାୟରେ ଜଳ ଦାନ କରି ଏହି ପ୍ରାଣୀ ମାନଙ୍କ ଜୀବନ ରକ୍ଷାରେ ସହାୟକ ହେବାପାଇଁ ଦିଆଯାଇଥିବା ପରାମର୍ଶଟି ଅତି ଉତ୍ତମ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜିଲ୍ଲାର ମୁକ୍ତ ବିହଙ୍ଗ ଓ ବୁଲା ପ୍ରାଣୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ଜୁଗାନ୍ତକାରୀ ପରାମର୍ଶ ହୋଇଥିବାରୁ ଏହା ସାଧାରଣରେ ବହୁ ଆଦୃତ ହୋଇପାରିଛି।ଏଣୁ ଏଅଞ୍ଚଳର ପ୍ରାଣୀ ପ୍ରେମୀ ଓ ସାଧାରଣ ଲୋକଙ୍କର “ଜୀବେଦୟା”ମନୋଭାବକୁ ସାକାର କରିବା ପାଇଁ ମରାମତି ଅଭାବରୁ ଜଳଧାରଣ କ୍ଷମତା ହରାଇବାକୁ
ବସିଥିବା ଉଦଳା-ଏନ୍ ଏ ସି, ୨ନମ୍ବର ୱାର୍ଡ ନାଗପାଳ ଆଦିବାସୀ ଅଧ୍ଯୁଷିତ ଜଳକ୍ଳୀଷ୍ଟ ଅଞ୍ଚଳର ଏକମାତ୍ର ନାଗପାଳ ସରକାରୀ ପୋଖରୀ ଟିକୁ ମୟୂରଭଞ ଜିଲ୍ଲା ପାଳଙ୍କ ଦ୍ବାରା ଅଗ୍ରାଧିକାର ଭିତ୍ତିରେ ପ୍ରତକ୍ଷ ପରିଦର୍ଶନ ପୂର୍ବକ ପୁନରୁଦ୍ଧାର କରାଇଦେବା ପାଇଁ ସାଧାରଣରେ ଦାବୀ ହେଉଅଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *