
ଚଣ୍ଡିଖୋଲ ୨୨/୫(କଵ୍ୟୁ) ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ କଇଥା ଚଂପlପୁର ଗାନ୍ଧୀ ଶିକ୍ଷାଶ୍ରମ କୁ ପଦଯାତ୍ରା ସ୍ମାରକୀ ଅବସରର ଶିକ୍ଷାଶ୍ରମ ର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ର ଏକ ମହାମିଳନ ଓ ସଧାରଣ ସଭା ଅନୁଷ୍ଟିତ ହୋଇଥିଲା। କଇଥl – ଚଂପପୁlର ଗାନ୍ଧୀ ଶିକ୍ଷାଶ୍ରମ ପୁରାତନ ଛାତ୍ର ସଂସଦ ର ସଭାପତି ଧ୍ରୁବ ଚରଣ ପ୍ରଧାନ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଶାନ୍ତିନିକେତନ, ଓ କେନ୍ଦ୍ର ସାହିତ୍ୟଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟ ପ୍ରତିଭୁ ବୈଷ୍ଣବ ଚରଣ ସାମଲ, ମୂଖ୍ୟ ବକ୍ତା ଭାବେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ର ସଂଯୋଜକ ଡ ବିଶ୍ୱଜିତ ରାୟ ସମ୍ମାନିତ ଅତିଥି ଭାବେ ଦୈନିକ ସମ୍ବାଦପତ୍ର ପ୍ରଗତିବାଦୀ ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରୀପାଠୀ ଓ ଜଗନ୍ନାଥ ସୃଷ୍ଟିଧର୍ମ କାର୍ଯ୍ୟାଳୟ ଛତିଆ ର ସଂସ୍ଥାପିକା କୁମାରୀ ଅପର୍ଣ୍ଣା ଯୋଗଦେଇ ଉକ୍ତ ଵିଦ୍ୟାଳୟ ରେ ଦୀର୍ଘ ସାତ ବର୍ଷ ଧରି ଶିକ୍ଷକତା କରିଥିବା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ କର ଙ୍କୁ ଶିକ୍ଷକ ଗୌରବ ସମ୍ମାନ ପ୍ରଦାନକରିବା ସହିତ ପୁଷ୍ପଗୁଚ୍ଛ,ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଦିଲ୍ଲିପ କୁମାର ରାଉତ ସଂସଦର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କମଳା କାନ୍ତ ପାଲ ଧନ୍ୟ ବାଦ ଅର୍ପଣ କରିଥିଲେ।