
କେସିଙ୍ଗା, ତା 22.05.25
ଯେମିତି ଯେମିତି ଗ୍ରୀଷ୍ମ ପ୍ରବାହ ବଢୁଛି ସେମିତି ବିଦ୍ୟୁତ୍ ବିଭାଗ ତରଫରୁ ମଧ୍ୟ ବିଦ୍ୟୁତ୍ କାଟ ବଢୁଛି |
କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହର ରେ ବିଦ୍ୟୁତ୍ କାଟ ରୁ ଲୋକେ ହନ୍ତସନ୍ତ ହୋଇଗଲେଣି | ଦିନ କୁ ଦିନ ତାପମାତ୍ରା ବୃଦ୍ଧି ପାଇଁବାରେ ଲାଗିଛି ଏହି ସମୟରେ ଲୋକ ଙ୍କୁ ଦରକାର ବିଜୁଳି କିନ୍ତୁ ବାରମ୍ବାର ବିଜୁଳି କାଟ୍ ବଢିବାରେ ଲାଗିଛି |
ବିଭାଗୀୟ ଅଧିକାରୀ ମାନଙ୍କୁ ପଚାରିଲେ କହୁଛନ୍ତି ରକ୍ଷଣ ବେକ୍ଷଣ, ଗଛ କାଟ ଓ ବିଭିନ୍ନ ପ୍ରକାର ବାହାନ | ସେଇପଟେ ସରକାର ମନ୍ତ୍ରୀ କହୁଛନ୍ତି ଏହି ଗ୍ରୀଷ୍ମ ପ୍ରବାହ ରେ ବିଦ୍ୟୁତ୍ କାଟ ହେବନି କିନ୍ତୁ ତାର ପୂରା ଉଲଟା ବିଦ୍ୟୁତ୍ ରହୁନାହିଁ କିନ୍ତୁ ବିଦ୍ୟୁତ୍ ଶୁଳ୍କ ନ ଦେଲେ ବିଜୁଳି ବିଛିନ୍ନ | ୱେଷ୍କ କୋ ରୁ ଯେତେବେଳେ ଟି ପି ଡବଲ୍ୟୁ ଏଲ୍ କୁ ହସ୍ତାନ୍ତର କରାଯାଇଛି ଥିଲା ସେତେ ବେଳେ କହୁଥିଲେ ଆଉ ଅସୁବିଧା ହେବନି କିନ୍ତୁ ଅସୁବିଧା ର ଗ୍ରନ୍ଥ ଘର ହୋଇ ସାରିଛି | ଆଗକୁ ଆସୁଚି ନଅ ତପା ଏହି ପରିସ୍ଥିତି କୁ କେମିତି ମୁକାବିଲା କରିବେ କେସିଙ୍ଗା ବିଦ୍ୟୁତ୍ ଉପଭୋକ୍ତ ଚିନ୍ତା ରେ କେସିଙ୍ଗା ବାସୀ
କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ