ରମ୍ଭା ଚନ୍ଦନ ଯାତ୍ରାରେ ଅଶ୍ଲୀଳ ନୃତ୍ଯ । ପୂର୍ବ ପୁରୁଷର ଐତିହାସିକ କୁ ପଦାରେ ପକେଇଲେ ଯାତ୍ରା କମିଟି । ନିଜ ଆଡୁ ମାମଲା ରୁଜୁ କଲା ପୁଲିସ । ୪ ଦିନ ରେ ୪ ଟି ଆଇଟମ ଗାର୍ଲ୍

ଛତ୍ରପୁର : ୨୨.୦୫.୨୫

(ମିଥୁନ ବାରିକ୍)

ଛତ୍ରପୁର : ରମ୍ଭା ଚନ୍ଦନ ଯାତ୍ରା ବେଳେ ଅପେରା ମଂଚରେ ଅର୍ଦ୍ଧ ଉଲଗ୍ନ ହୋଇ ଆଇଟମ ଗାର୍ଲ ନାଚିବା ଘଟଣାରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି । Iଯାତ୍ରା କମିଟି ନାମରେ ରମ୍ଭା ଥାନାରେ ରେ ଏକ ମାମଲା(୪୦୪/୨୫) ରୁଜୁ ହୋଇ ହାଇଥିବା ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ସୂଚନା ଦେଇଛନ୍ତି। ସୂଚନା ଥାଉକି ରମ୍ଭାରେ ଚନ୍ଦନ ଯାତ୍ରା ଚାଲିଥୁବା ବେଳେ ରାଜନନ୍ଦିନୀ ଅପେରା ନାଟକ ପରିବେଷଣ କରିଥିଲା। ଯାତ୍ରାରେ ରେ ଅଧୂକ ବ୍ୟବସାୟ ଆଶାରେ ଯାତ୍ରା କମିଟି ପକ୍ଷରୁ ଆଇଟମ ଗାର୍ଲ ଦ୍ବାରା ନଗ୍ନ ଡ୍ୟାନ୍ସ କରାଯାଇଥିଲା | ୪ ଦିନ ଧରି ଯାତ୍ରାରେ ଆଇଟମ ଗାର୍ଲ ଦ୍ବାରା ନଗ୍ନ ଡ୍ୟାନ୍ସ କରାଇ ଏବେ ବିବାଦରେ ଛନ୍ଦି ହୋଇଯାଇଛି କମିଟି। ୧୮ରେ ନିଶା ମହାରଣା, ୧୯ରେ ସାହୁ ଭାଉଜ ଓ ପୁଣି ୨୦ରେ ନିଶା ମହରଣା ପକ୍ଷରୁ ଖୋଲା ମଂଚରେ ନଗ୍ନ ଡ୍ୟାନ୍ସ ପରିବେଷଣ କରାଯାଇଥିଲା।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପବିତ୍ର ଚନ୍ଦନ ଯାତ୍ରାରେ କିପରି କମିଟି ପକ୍ଷରୁ ଏଭଳି ନଗ୍ନ କରାଗଲା ତାହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା କରା‌ଯାଇଛି। ତିନି ଧରି ଏଭଳି ନୃତ୍ୟ ଚାଲୁଥିବା ବେଳେ ଜିଲା ପ୍ରଶାସନ କିପରି ତାହା ଜାଣିପାରିଲେ ନା ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୃତ୍ୟକୁ ଶହ ଶହ ଲୋକ ଦେଖୁଥିଲେ ଲେ ବି କେହି ହେଲେ ଆପତି ଉଠାଇନଥିଲେ। ଏହି ଘଟଣାକୁ ବିଭିନ୍ନ ମହଲରୁ ଘୋର ନିନ୍ଦା କରାଯାଇଛି। ଗଞ୍ଜାମ ଜିଲା ଭାରପ୍ରାପ୍ତ ସଂସ୍କୃତି ଅଧୂକାରୀ ରବି ନାରାୟଣ ବେହେରା ମଧ୍ୟ ଏହାକୁ ନିନ୍ଦା କରିଛନ୍ତି। ଗଞ୍ଜାମ ଜିଲା କଳା,ସାହିତ୍ୟ,ଲୋକକଳାର ଜିଲା। ଜିଲାରେ ଏହିପରି ଘଟଣା ନିନ୍ଦନୀୟ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଯା ଯାତ୍ରା ରାଜନନ୍ଦିନୀ ପରିବାର ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ ଯାତ୍ରା ରାଜନନ୍ଦିନୀ ଅଶ୍ଲୀଳ ଲୀଳତାକୁ ଆଦୌ ପ୍ରଶ୍ରୟ ଦିଏ ନାହିଁ । ଯାତ୍ରା କମିଟି ସହ ଚୁକ୍ତି. ସମ୍ପାଦନ ବେଳେ ଏହି ସର୍ତକୁ କଡାକଡି ଭାବେ ଆମେ ଗୁରୁତ୍ବ ଦେଇଥାଉ। ରମ୍ଭା ମଞ୍ଚରେ ଅଶ୍ଳୀଳ ନୃତ୍ୟ ଶିଳ୍ପୀଙ୍କୁ ଯାତ୍ରା କମିଟି ଜୋର ଜବରଦସ୍ତ ଆଣି ମେଲୋଡି ବେଳେ ନୃତ୍ୟ ପରିବେଷଣ କରାଇଥିଲେ। ଏହାକୁ ମଧ୍ୟ ଆମେ ନିନ୍ଦା କରୁଛୁ । କମିଟି ଆମ ସହ କରିଥିବା ଚୁକ୍ତି ଖୋଲାପ କରିଥିବାରୁ ଉକ୍ତ କମିଟି ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜନନ୍ଦିନୀ ଯାତ୍ରା ଅନୁଷ୍ଠାନ ତରଫରୁ ଚିନ୍ତା କରାଯାଉଛି ବୋଲି ବିବୃତିରେ କୁହାଯାଇଛି। ଏହି ଯାତ୍ରା ପୂର୍ବ ପୁରୁଷର ଐତିହାସିକ ଯାତ୍ରା ପାଲଟିଛି ଅସିଲ୍ଲ ରଙ୍ଗ ମଞ୍ଚ ବିଭିନ୍ନ ମହଲରୁ ନିନ୍ଦିନୀୟ ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *