
ଚଣ୍ଡିଖୋଲ ୧୭/୫(କବ୍ୟୁ) ତୃଣମୂଳ ସ୍ତରରୁ ସଂଗଠନକୁ ସୃଦୁଢ଼ ଓ ଶୃଙ୍ଖଳିତ କରିବା ପାଇଁ ଆଜି ଚଣ୍ଡିଖୋଲ ସ୍ଥିତ ରାଜୀବ ମେମୋରିଆଲ କାର୍ଯ୍ୟଳୟ ଠାରେ କ୍ୟାପଟେନ ରାଜ ନାରାୟଣ ମହାପାତ୍ର ଓ ଦଳର ନବ ନିଯୁକ୍ତ ସଭାପତି ତାପସ ଚନ୍ଦ୍ର ରାୟ ଙ୍କ ଉପସ୍ଥିତିରେ ବଡଚଣା ବ୍ଲକ୍ ସ୍ତରୀୟ କର୍ମକର୍ତ୍ତା ମାନଙ୍କ ନାମ ଓ ଏକଦକ୍ଷ, ଅଭିଜ୍ଞ କର୍ମ କର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି। ଯାଜପୁର ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର ମହାପାତ୍ର ଙ୍କ ଅନୁମୋଦନ କ୍ରମେ ବଡଚଣା ବ୍ଲକ୍ ବିଜେଡ଼ି ସଭାପତି ତାପସ ଚନ୍ଦ୍ର ରାୟ ବଡଚଣା ବ୍ଲକ୍ ଅନ୍ତର୍ଗତ ସିହା ଗ୍ରାମପଞ୍ଚାୟତ ର ଟାଣୁଆ ଯୁବନେତା, ଦୃଢ଼ ସଂଗଠକ ଖଗେଶ୍ବର ସାହୁ ଙ୍କୁ ବଡଚଣା ବ୍ଲକ୍ ବିଜେଡ଼ି ସମ୍ପାଦକ ଭାବରେ ନିଯୁକ୍ତି ପ୍ରଦାନ କରିଛନ୍ତି। ଖଗେଶ୍ବର ସାହୁ ଛାତ୍ର ଜୀବନରୁ ରାଜନୈତିକ ଜୀବନ ଆରମ୍ଭ କରି ପଶ୍ଚିମ ବଡଚଣା ର ଜଣେ ଦକ୍ଷ ସଂଗଠକ ଭାବରେ ସୁପରିଚିତ। ତାଙ୍କର ଏହି ନୂତନ ନିଯୁକ୍ତି ପାଇଁ ସେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ,ଜିଲ୍ଲା ସଭାପତି
ସରୋଜ କୁମାର ମହାପାତ୍ର,ବଡଚଣା ବିଜେଡ଼ି ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର, ବ୍ଲକ୍ ସଭାପତି ତାପସ ଚନ୍ଦ୍ର ରାୟ, ପ୍ରମୁଖ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ପ୍ରଦାନ କରିଛନ୍ତି ଦଳ ମୋତେ ଯେଉଁ ଦାୟିତ୍ଵ ଦେଇଛି ତାହା ସୂଚାରୁ ରୁପେ ପାଳନ କରିବା ସହିତ ଦଳକୁ ତୃଣ ମୂଳ ସ୍ତରରୁ ସୁଦୃଢ କରିବା ପାଇଁ କାର୍ଯ୍ୟ କରିବି ବୋଲି ଖଗେଶ୍ବର କହିଛନ୍ତି