
ଛତ୍ରପୁର : ୦୬.୦୫.୨୫
(ମିଥୁନ ବାରିକ୍)
ଛତ୍ରପୁର : ପ୍ରତି ତିନି ବର୍ଷ ବ୍ୟବଧାନରେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ରେ ବୁଢ଼ୀ ମାଁ ଠାକୁରାଣୀ ଙ୍କ ଯାତ୍ରା ହୁଏ l ଚଳିତ ବର୍ଷ ମାଁ ଙ୍କ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଗ୍ରାମ୍ୟ କମିଟି ସଭାପତି ରଜତ୍ କୁମାର ନାୟକଙ୍କ ସଭାପତିତ୍ବରେ ଗ୍ରାମ୍ୟ କମିଟି ଓ ଗ୍ରାମବାସୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ବୈଠକରେ ବିଭିନ୍ନ ଆଲୋଚନା ଓ ପଯ୍ୟାଲୋଚନା ହେଲା ପରେ ଆସନ୍ତା ୯ ତାରିଖରେ ଗ୍ରାମକୁ ମାଁ ଙ୍କ ବାନା ଆସି ଶୁଭଖୁଣ୍ଟି ସ୍ଥାପନ ହେବ, ଜୁନ ୩ ତାରିଖରେ ଗ୍ରାମକୁ ମାଁ ଙ୍କ ହାଣ୍ଡି ଆସିବ ଅର୍ଥାତ୍ ମାଁ ଠାକୁରାଣୀ ଆସି ଅସ୍ଥାୟୀ ମଣ୍ଡପରେ ବିଦ୍ୟମାନ ହେବେ ଏଵଂ ଜୁନ୍ ୧୮ ତାରିଖରେ ଗ୍ରାମ ଭ୍ରମଣ କରି ଜାତୀୟ ରାଜପଥ କଡ଼ରେ ଥିବା ମାଁ ଙ୍କ ସ୍ଥାୟୀ ମନ୍ଦିରକୁ ଫେରିଯିବେ l ମାଁ ଙ୍କ ଆଗମନରେ ରଜ ତିନିଦିନ ବ୍ୟତୀତ ଜୁନ୍ ୩ ତାରିଖରୁ ଜୁନ୍ ୧୬ ତାରିଖ ପଯ୍ୟନ୍ତ ପ୍ରତ୍ୟେକ ଦିନ ମାଁ ଗ୍ରାମ ସାଜସଜ୍ଜା ସାଙ୍ଗକୁ ବାଘ ନାଚ, ଶଙ୍ଖମହୁରୀ, ଧୁମଧଡ଼କା, ଡିଜେ, ଅଘୋରି ବିଭିନ୍ନ ସାଂସ୍କୃତିକ ନାଚ ପଟୁଆର ( ପ୍ରୋସେଶନ) ମଧ୍ୟରେ ଗ୍ରାମ ଭ୍ରମଣ କରିବେ l ଜୁନ୍ ୧୭ ତାରିଖରେ ମାଁ ଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ଦୁଇ ଗୋଟି ରାମାୟଣ ନାଚ ୨୪ ଘଣ୍ଟା ପାଇଁ ପରିବେଷଣ କରାଯିବା ସାଙ୍ଗକୁ ଜନସାଧାରଣଙ୍କ ପାଇଁ ରାମଦୋଳି , ମୀନାବଜାର ର ଆୟୋଜନ କରାଯିବ ବୋଲି ଗ୍ରାମ୍ୟ କମିଟି ପକ୍ଷରୁ ସୂଚନା ଦିଆଯାଇଛି l ତାହସହିତ ଯାତ୍ରାରେ ଶାନ୍ତି ଶୃଙ୍ଖଳା ଓ ଗ୍ରାମର ସୁରକ୍ଷା ନିମନ୍ତେ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନଙ୍କ ଅନୁମତି ଓ ସାହାଯ୍ୟ ମଗାଯିବାକୁ ବୈଠକ ସ୍ଥିର ହୋଇଛି l ଉକ୍ତ ବୈଠକରେ ଗ୍ରାମ୍ୟ କମିଟିର ଉପଦେଷ୍ଟା, ସମ୍ପାଦକ ଙ୍କ ସମେତ ବହୁମାତ୍ରାରେ ଗ୍ରାମବାସୀ ଉପସ୍ଥିତ ଥିଲେ l