
ଛତ୍ରପୁର : ୦୬.୦୫.୨୫
(ମିଥୁନ ବାରିକ୍)
ଛତ୍ରପୁର : ଛତ୍ରପୁର ସହର ସମାଜ ସେବୀ ସ୍ବର୍ଗତ ତାରକେଶ୍ୱର ପଣ୍ଡା ଙ୍କ ମାଆ ଶାନ୍ତି ପଣ୍ଡା ଛତ୍ରପୁର ସ୍ଥିତ ନିଜ ବାସ ଭବନ ରେ ଇହ୍ୟକାଳ ତ୍ୟାଗ କରିଛନ୍ତି l ବିୟୋଗ ସମୟରେ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା l ଶେଷ ସମୟରେ ତାଙ୍କ ପାଖରେ ବଡ ନାତି କମଳ ପଣ୍ଡା, ବିମଳ ପଣ୍ଡା, ଦୁଇ ଝିଅ, ବୋହୁ ଓ ଅନ୍ୟ ପରିବାର ବର୍ଗ ସମସ୍ତେ ଉପସ୍ଥିତ ଥିଲେ l ବିୟୋଗ ଖବର ପାଇ ଛତ୍ରପୁରର ମାନ୍ୟବର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ପଂହଁଚି ଶ୍ରଦ୍ଧାଞ୍ଜଳି ଦେବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣେଇଥିଲେ ll ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଏନ୍ ଏସି କାଉଁସିଲର ଦେବାଶିଷ ମିଶ୍ର,ସମାଜସେବୀ ବୁଚିବାବୁ, ସୁଧୀର ପଟନାୟକ, ଏ ପି ପି ରାଜେଶ ମିଶ୍ର, କରପଡା ସରପଞ୍ଚ ଅଜୟ ନାୟକ, ମାଁ ରାମଚଣ୍ଡୀ ଟ୍ରଷ୍ଟ ର ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡା,ପୂଜା କମିଟି କାର୍ଯ୍ୟକାରୀ ସଭାପତି ଦିବାକର ନାୟକ,ତ୍ରିନାଥ ନାୟକ ଓ ପୂଜାକମିଟିର ଶତାଧିକ ସଭ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ l ଶେଷରେ ତାଙ୍କରି ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାର ଠାରେ ସମ୍ପନ୍ନ କରାଯାଇଥିଲା l