
ବାରିପଦା’/ ଉଦଳା : ୦୨/୦୫ (କ:ବ୍ଯୁ) – ଉଦଳା ୟୁନିକ ପ୍ରେସ୍ କ୍ଲବ ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ସ୍ଥାନୀୟ ଆଶୀର୍ବାଦ ଧର୍ମଶାଳା ସଭାଗୃହରେ ଗୁରୁବାର ଦିନ ସକାଳ ୯ ଟା ୩୦ ମିନିଟ୍ ସମୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସ୍ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଦିନବନ୍ଧୁ ବାରିକଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ସାଧାରଣ ସଂପାଦକ ଦିଲ୍ଲୀପ କୁମାର କଲିଆ, ବରିଷ୍ଠ ନାଗରିକ ତଥା ସାହିତ୍ୟିକ ସର୍ବେଶ୍ୱର ମହାପାତ୍ର, ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ବାଚ୍ଛିନୀ ପ୍ରମୁଖ ମଂଚାସୀନ ହୋଇ ନିଜ ଅଂଚଳର ବିକାଶ ସହିତ ସାଧାରଣ ଜନତାଙ୍କର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଭାଷା, ସଂସ୍କୃତି, ସାହିତ୍ୟ ଏବଂ ସାଧାରଣ ଜନତାଙ୍କର ସରକାରୀ, ବେସରକାରୀ ସ୍ତରରେ ବିଭିନ୍ନ ସମସ୍ୟାକୁ ନେଇ ନିର୍ଭୀକ ଭାବରେ ସମ୍ବାଦ ପରିବେଷଣ କରିବା ପାଇଁ ସଭାପତି ଶ୍ରୀ ବାରିକ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂଘର କୋଷାଧ୍ୟକ୍ଷ ଶଶିକାନ୍ତ ମିଶ୍ର, ସହ ସଂପାଦକ ମାନସ ପାଣି, ଉପସଭାପତି ପାଳନରେ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)