
କଟକ ତା୨୭-୦୪-୨୦୨୫
“ମାନବ ସେବା ହିଁ ଈଶ୍ୱର ସେବା” ଏହି ମନ୍ତ୍ରକୁ ସାକାର କରିବା ଉଦ୍ଦେଶ୍ୟରେ, ଡିଏଭି ପବ୍ଲିକ୍ ସ୍କୁଲ୍, ସିଡିଏ, କଟକର ଆଲମୁନି ସଂଘ ତରଫରୁ ଗ୍ରୀଷ୍ମ ତାପରେ ଲୋକମାନଙ୍କୁ ଆଶ୍ବସ୍ତି ଦେବା ପାଇଁ ଏକ ‘ଜଳ ବିତରଣ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ ଜାତିୟ ରାଜପଥ ୧୬ ନଂ ଗଣ୍ଡରପୁର ନୂତନ ରେଳ ଷ୍ଟେସନ୍ ନିକଟରେ ଆୟୋଜିତ ହୋଇଥିଲା। ଏହି ସକାଳ ୧୦ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ, ଆଲମୁନି ସଂଘର କୋର୍ ଗ୍ରୁପ୍ ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ଏଥିରେ ରାସ୍ତାଘାଟରେ ପଥଚାରୀ, ଏବଂ ଯାତ୍ରୀମାନଙ୍କୁ ତାଜା ଶୀତଳ ପାଣି, ଦହିପାଣି ଓ ଜୁସ୍ ପ୍ରଦାନ କରାଯାଇଥିଲା।ଏହି ସେବା ମାଧ୍ୟମରେ ଆଲମୁନି ସଂଘ ତାଙ୍କ ସଂସ୍ଥାଗତ ମୂଲ୍ୟବୋଧ – କରୁଣା, ସାମାଜିକ ଦାୟିତ୍ୱ ଓ ସମୁଦାୟ ସେବାକୁ ସ୍ପଷ୍ଟ ଭାବେ ପ୍ରତିପାଦିତ କରିଛି।ସଂଘ ତରଫରୁ ସ୍କୁଲ୍ ପ୍ରଶାସନ, ସ୍ଥାନୀୟ ପ୍ରଶାସନ ସହିତ ସମସ୍ତ ଅନୁଦାନକାରୀ ଏବଂ ସହଯୋଗୀମାନଙ୍କ ପ୍ରତି ଗଭୀର କୃତଜ୍ଞତା , ଜଣାଇଛନ୍ତି।ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଗ୍ରୀଷ୍ମ ତାପ ନ କମବା ଯାଏ ଚାଲୁ ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣାଇ ଦିଆଯାଇଛି।ଆଲମୁନି
ସଂଘ ତରଫରୁ କୁହାଯାଇଛି, “ତାପକୁ ଆମେ ରୋକିପାରିବୁ ନାହିଁ, କିନ୍ତୁ ତାହାକୁ ସହଜ କରିବାରେ ନିଶ୍ଚିତ ଭାବରେ ସାହାଯ୍ୟ କରିପାରିବୁ।”ଏହି କାର୍ଯ୍ୟକ୍ରମରେ ସ୍କୁଲର କର୍ମ କର୍ତ୍ତା ଉପସ୍ଥିତ ରହି ଜଳ ବିତରଣ କେନ୍ଦ୍ରକୁ ଉଦଘାଟନ କରିଥିଲେ।