
ଗାଇସିଲେଟ : ସମୟର ଚକରେ ବୁଲୁଛି ବିପଦ ଓ ସମ୍ପଦ l ଘଟଣାଟି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ନିକଟସ୍ଥ ଭୋଇପାଲି ଗାଁ ରେ l ଅପରାହ୍ନ ବେଳା କିଛି ଝଡ଼ ପବନ ଆସିବା ବେଳେ ଘର ଉପରେ ଆଗରୁ ଥିଲା ତlରପ୍ଲିନ ଓ ଏହାକୁ ପବନ ଉଡେଇନବ ଭାବି ଛାତ ଉପରକୁ ଯାଇ ତା ଉପରେ ଓଜନ ରଖି ଓହ୍ଲାଉ ଥିବା ସମୟରେ ତାରପ୍ଲିନ ଉଡ଼ି ଆସି ମୁହଁରେ ଢାଙ୍କି ହେଲା ଓ ପବନରେ ଭାରସାମ୍ୟ ହରାଇ ନିଜ ଛାତ ଉପରୁ ମହିଳା ଦୁଆର ମୁହଁରେ ଖସି ପଡିଲେ l ତାଙ୍କର ନାଁ ଟି ଶ୍ରୀମତୀ କସ୍ତୁରୀ ସହୁ ସ୍ୱାମୀ ଶ୍ରୀ ଅଭେଲ ସାହୁ ପ୍ରାୟ ବୟସ 45 ହେବ l ଗାଇସିଲେଟ ଗ୍ରାମପଞ୍ଚାୟତ ଅଧିନସ୍ତ ଗାଁ ଟି ଭୋଇପାଲି l ମହିଳା ପଡ଼ିବା ବେଳେ ଘଡ ଘଡି ସହିତ ଜୋରରେ ବହିବାର ଜଣା ପଡୁଥିଲା l ଘଟଣା ସମୟରେ ଆମ୍ବୁଲାନ୍ସକୁ ଡାକିବାବେଳେ ଏବେ ଯାଇ ପାରିବୁ ନାହିଁ ଅନ୍ୟ ପାଖକୁ ଡାକ ନଚେତ ଡେରି ହେବ କହି ବହୁସମୟ ନ ଆସିବାରୁ ବୋଲେରୋ ଡାକି ନିକଟସ୍ଥ ଡକ୍ଟର ଖାନା ନେଇ ପ୍ରାଥମିକ ଚିକିତ୍ସା କରି ଆସନ୍ତା କାଲି ସିଟି ସ୍କେନ କରିବାକୁ ସ୍ଥାନୀୟ ଡକ୍ଟର କହିଥିଲେ l ଫକୀର ଦୀପଙ୍କ ରିପୋର୍ଟ