ରାଜ୍ୟ ସ୍ତରୀୟ ଶିଶୁ ସାହିତ୍ୟ ଲେଖକ ସମ୍ମିଳନୀ

କଟକ, ତା ୨୭.୪.୨୦୨୫ ରିଖ କଟକ ଶତାବ୍ଦୀ ଭବନଠାରେ ରାଜ୍ୟ ସ୍ତରୀୟ ଶିଶୁ ସାହିତ୍ୟ ଲେଖକ ସମ୍ମେଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୂଖ୍ୟ ଅତିଥି ଡ଼ ହରିହର କାନୁନଗୋ, ମୂଖ୍ୟ ବକ୍ତା ଭାବେ ଡ଼ ପ୍ରତିଭା ମହାରଥୀ, ସଭାରେ ସଭାପତି କରିଥିଲେ ବିଶିଷ୍ଟ ଶିକ୍ଷାବିତ ସାହିତ୍ୟିକ ସମାଜ ସେବୀ ଶଶଧର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଡାକ୍ତର ରବିନାରାୟଣ ପଣ୍ଡା, ଉଦଘାଟକ ଭାବେ ବିଶିଷ୍ଟ ଶିଶୁ ସାହିତି୍ୟକ ଡ଼ ମହେଶ୍ୱର ମହାନ୍ତି, ବିଶିଷ୍ଟ ଅତିଥି ଭାବେ ଡ଼ ସୁନା ମଣୀ ରାଉତ, ଉକ୍ତ କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିଲେ ରାଜୀବ ଲୋଚନ ଷଡ଼ଙ୍ଗୀ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟ,କଳା ନୃତ୍ୟ ଶିଳ୍ପୀଙ୍କ ସହିତ ଅନେକ କବି କବୟିତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା।ରମେଶ ଚନ୍ଦ୍ର ନାୟକ, ସମ୍ପାଦକ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସ୍କୃତି ଆନୁକୁଲ୍ୟରେ ଆୟୋଜନ କରାଯାଇଥିଲା।ଦୀପା ରାଣୀ ପଟ୍ଟନାୟକ ମାନ ପତ୍ର ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *