
(ମିଥୁନ ବାରିକ୍)
ରମ୍ଭା : ରମ୍ଭା ମିଞ୍ଚିନି ପାଟଣା କଲ୍ୟାଣୀ ମଣ୍ଡପ ପାର୍ଶ୍ୱରେ ଅଖିଳ ଭାରତୀୟ ସମ୍ବନିତ ଗଞ୍ଜାମ ଛେଳି ଉନ୍ନତିକରଣ ଗବେଷଣା ପ୍ରକଳ୍ପ ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ବିଶ୍ୱ ପ୍ରାଣୀ ଚିକିତ୍ସାଦିବସ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଡ଼. ଚିନ୍ମୟ ମିଶ୍ର, ଡ଼. ଆଦିତ୍ୟ ପ୍ରସାଦ ଆଚାର୍ଯ୍ୟ, ଡ଼. ଲେନିନ କୁମାର ଗୁମ୍ଫା ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଛେଳି ଚାଷୀମାନଙ୍କୁ ଛେଳି ମାନଙ୍କ ରୋଗ ନ ହେବା ପାଇଁ ଆସିଥିବା ଔଷଧ ଦେଇଥିଲେ l ଛେଳି ମାନେ କିପରି ସୁରକ୍ଷାରେ ବଞ୍ଚିପାରିବେ ଏବଂ ଏହାର ସୁରକ୍ଷା ପାଇଁ ସ୍ଥାନୀୟ ଛେଳି ଚାଷୀଙ୍କୁ ଏକତ୍ରିତ କରାଇ ଏହି ବିଷୟରେ ବୁଝାଇ ସଚେତନତା କରାଇଥିଲେ l ତତ ସହିତ ଚାଷୀଙ୍କୁ ଘାସ ମଞ୍ଜି, ଦାନା, ମଶାରୀ, ପାଲ, ପାଣି ବୋତଲ, ଛତା, ଟର୍ଚ୍ଚ ଏବଂ ମେଡ଼ିସିନ, ଇଂଜକସନ ପ୍ରଦାନ କରିଥିଲେ l ଏତଦ ବ୍ୟତୀତ ଡାକ୍ତର ମାନେ ଚାଷୀଙ୍କୁ ଛେଲିର ସୁରକ୍ଷା ଏବଂ ଅଧିକରୁ ଅଧିକ କିପରି ଉନତି କରି ଲାଭବାନ ହୋଇପାରିବେ ସେ ବିଷୟରେ ବୁଝାଇଥିଲେ l କାର୍ଯ୍ୟକ୍ରମକୁ ଏ. ରଘୁନାଥ ପାତ୍ର, ଜେ. ଭାସ୍କର ପାତ୍ର ସହଯୋଗ କରିଥିଲେ l