
ରମ୍ଭା ତା -୨୫/୦୪/୨୦୨୫
(ମିଥୁନ ବାରିକ୍)
ରମ୍ଭା : ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରଥମ ବର୍ଷ ଯୁକ୍ତ ୨ କଳା ଭିନ୍ନକ୍ଷମ ଛାତ୍ର ଓମ ବେହେରାଙ୍କୁ ଅଖିଳ ଭାରତୀୟ ମାରୱାଡି ମହିଳା ସମିତି ବ୍ରହ୍ମପୁର ଶାଖାର ସମ୍ପାଦକ ଆଶା ବଜାଜ ଓ ସଦସ୍ୟ ଦିଶା ବଜାଜ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରଞ୍ଜନ କୁମାର ଦାଶ, ଡାଟା ଅପରେଟର କାଳିଆ ବେହେରା, ଓଡ଼ିଆ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା ଓ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା l ନିକଟସ୍ଥ କନକା ଗ୍ରାମର କାହ୍ନୁ ବେହେରାଙ୍କ ପୁତ୍ର ଓମ ବେହେରା ଭିନକ୍ଷମ ହୋଇଥିବା ଯୋଗୁଁ ତାଙ୍କୁ ଅଖିଳ ଭାରତୀୟ ମାରୱାଡି ମହିଳା ସମିତି ତରଫରୁ ଏକ ହୁଇଲ ଚେୟାର ପ୍ରଦାନ କରିଥିଲେ l ଏହି ସମିତି ରମ୍ଭା ଏବଂ ଏହାର ଆଖ ପାଖ ଅଞ୍ଚଳରେ ବିଭିନ୍ନ ପ୍ରକାର ସମାଜକଲ୍ୟାଣ କାର୍ଯ୍ୟ ଯଥା ରୋଗୀମାନଙ୍କୁ ଡାକ୍ତରଙ୍କ ସହାୟତାରେ ଔଷଧ ବଣ୍ଟନ, ଖରା ଦିନରେ ବାଟୋଇଙ୍କୁ ଛତା, ଜୋତା ଓ ଥଣ୍ଡା ପାନୀୟ ବଣ୍ଟନ , ବୃଦ୍ଧ ମାନଙ୍କୁ କମ୍ବଳ ବଣ୍ଟନ ଭଳି ଅନେକ ମାନବ ସେବାକାର୍ଯ୍ୟକ୍ରମ କରୁଥିବା ହେତୁ ବିଭିନ୍ନ ଅଞ୍ଚଳରୁ ଏବଂ ବୁଦ୍ଧିଜୀବୀ ମହଲରୁ ଧନ୍ୟବାଦର ସୁଅ ଚୁଟିଛି l କଲେଜ ଅଧ୍ୟକ୍ଷ ଏବଂ ଓମ ବେହେରା ଆଶା ବଜାଜଙ୍କୁ ଧନ୍ୟବାଦ ଦେଇଥିଲେ l