
ମୋ ଦେଶ ଭାରତ ଗରମ ରକତ
ହୁଏ ଟକମକ ଆଜି
ଚକଡି ଚାକଡି ଭରତା କରିବି
ଶେଷରେ ଖାଇବି ଭାଜି।
ଦେଶର ସନ୍ତାନ ବୀର ଯେ ଯବାନ
ହିଂସାକୁ କରିଛି ଠିଆ
ଶତ୍ରୁକୁ ଦମନ ହୋଇ ଆଗମନ
ମାତୃଭୂମି କହୁଛି ଆ।
କୁଟନୀତି ଯାହା ବିଶ୍ବରେ ପ୍ରସିଦ୍ଧ
ବିଶ୍ବ କରୁଛି ସମ୍ମାନ
ମୋ ଦେଶ ଭାରତ ଧର୍ମ ନିରପକ୍ଷ
ଜାତି ବର୍ଣ୍ଣ ଯେ ସମାନ।
ବିଦେଶୀ ପ୍ରବେଶ ଭାରତରେ ଶେଷ
ଥିବ ଅସ୍ଥି ଯେ କଂଙ୍କାଳ
ସେ ଦେଶ ପରାସ୍ତ ହବ ଅପଦସ୍ତ
ନିନ୍ଦିତ ହବ କାଙ୍ଗାଳ।
ନିରିହ ଜନତା କରିଛ ଶିକାର
ଭ୍ରମଣ ନେଲ ଜୀବନ
ଘରଣୀ ମଥାରୁ ସିନ୍ଦୁର ଲିଭାଇ
ପରିବାର କଲ ହୀନ।
ଜନମ ମାଟିର ସନ୍ତାନ ନବ ତ
ପ୍ରତିଶୋଧ ପରିଣାମ
ମୋ ଦେଶ ଭାରତ ସଂଗ୍ରାମୀ ଯବାନ
କରେ ଆହ୍ବାନ ସଲାମ।
**********************
ମାନଗୋବିନ୍ଦ ସ୍ବାଇଁ
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା