
ଚଣ୍ଡିଖୋଲ :୨୫/୪ , (କ ବ୍ୟୁ) : ଦିନକୁ ଦିନ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଆଜି ଚଣ୍ଡିଖୋଲ ସ୍ଥିତ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ପକ୍ଷରୁ ଜଳ ଛତ୍ର କେନ୍ଦ୍ର ଉଦ୍ଘାଟିତ ହୋଇଛି। ଉଦ୍ଘlଟକ ଭାବେ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାର ତିନୋଟି ଜାତୀୟ ରାଜପଥ ର ସଙ୍ଗମ ସ୍ଥଳ ଚଣ୍ଡିଖୋଲ ଓଡ଼ିଶାର ଏକ ପ୍ରମୁଖ ବ୍ୟବସାୟ ପେଣ୍ଠ ସ୍ଥଳ। ଏଠାକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲୋକେ ଆସିଥାନ୍ତି। ମାତ୍ର ଏଠାରେ ପାନୀୟ ଜଳର, ବ୍ୟବସ୍ଥା ନ ଥିବାରୁ ଯାତ୍ରୀ ଓ ପଥଚାରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯାତ୍ରୀ ଓ ପଥଚାରୀ ମାନଙ୍କୁ ସୁସ୍ୱାଦୁ ଦହି ସରବତ, ଲେମ୍ବୁପାଣି ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ପକ୍ଷରୁ ବ୍ୟବସ୍ଥା କରାଯାଇଥିବାରୁ ସଙ୍ଘର କର୍ମକର୍ତ୍ତା ଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହିତ ଏପରି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟି,ଆଇ ଯୁଗଳ କିଶୋର ତିରିଆ, ଟ୍ରକ ମାଲିକ ସଂଘ ସଭାପତି ପୁଷ୍ପରାଜ ନାୟକ, ସମ୍ପାଦକ କୀର୍ତ୍ତିରାଜ ସ୍ୱାଇଁ, ମୂଖ୍ୟ ଉପଦେଷ୍ଟା ଚନ୍ଦନ କୁମାର ନାୟକ, କୋଷାଧ୍ୟକ୍ଷ ଜାହିଦ୍ ଖାଁ ବିଶ୍ୱଜିତ ବିଶ୍ବାଳ, ବୈକୁଣ୍ଠ ନାଥ ପଲେଇ, ବୈକୁଣ୍ଠ ନାଥ ସ୍ୱାଇଁ, ଦେବରଞ୍ଜନ ସ୍ୱାଇଁ, ଉମେଶ ଜେନା, ସୀତାନାଥ ସାହୁ, ବସନ୍ତ ନାୟକ, ରତିକାନ୍ତ ସ୍ୱାଇଁ, ବିଶ୍ୱଜିତ୍ ବିଶ୍ବାଳ(ଧନି) ସତ୍ୟଜିତ ବଳ, ମାନସ କୁମାର ନାୟକ, ଯଶୋବନ୍ତ ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଯାତ୍ରୀ ଓ ପଥଚାରୀ ମାନଙ୍କୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଏକ ସଚେତନତା ପ୍ରଚାରପତ୍ର ବଣ୍ଟନ କରିଥିଲେ। ଏହି ଜଳ ଛତ୍ର ଯେ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ନ କମିଛି ସେ ପର୍ଯ୍ୟନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।