ଗାଇସିଲେଟ ପଂଚାୟତ ସମିତି ଠାରେ ମହାଡମ୍ବରରେ ପାଞ୍ଚୟତି ରାଜ ଦିବସ ପାଳିତ

ପଦ୍ମପୁର : ଆଜି ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକ ଠାରେ ପାଞ୍ଚୟତି ରାଜ ଦିବସ ପାଳନ ହୋଇଯାଇଛି l ଏହି ଦିବସ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ, ବି ଡ଼ି ଓ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଲେ ଜୋନ ନଂ ୨ ର ଜିଲ୍ଲା ପରିଷଦ ଅଧ୍ୟକ୍ଷl ଶ୍ରୀମତୀ ଝରଣା ପାଣିଗ୍ରାହୀ ଓ ଗାଇସିଲେଟ ବ୍ଲକ ଅଫିସ ର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଉପସ୍ଥିତରେଆଡମ୍ବର ସହ ପାଳନ ହୋଇ ଯାଈଛି l ଏହି ପଞ୍ଚାୟତି ରାଜ ଦିବସ ରେ ହୋଇଥିବା ଜାତୀୟ କର୍ମ ନିଯୁକ୍ତି ଯୋଜନା ରେ ଯେଉଁ ମାନେ 300 ଦିନ ର କାର୍ଯ୍ୟ ପୁରଣ କରିଛନ୍ତି ସେହି ମାନଙ୍କୁ ସମ୍ମାନୀତ କରାଯାଇଥଲା l ଏଥି ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା l ଅଂଚଳରୁ ବିଶେଷ ଜନ ଗହଳି ଭିତରେ ମହିଳାଙ୍କ ସଂଖ୍ୟା ଅଧିକ ଥିଲା l ଖରାରେ ନିଜ ଜୀବନକୁ ବାଜି ଲଗେଇ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଶେଷରେ ମଧ୍ୟାହ୍ନ ଭୋଜନର ସୁବ୍ୟବସ୍ଥା କରାଯାଇ ସୁଶୀଲ ଶୀତଳ ଜଳର ବ୍ୟବସ୍ତା ରହିଥିଲା l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *