ବଜାର ପରିସର ନିର୍ମାଣ ର ଭିତ୍ତିପ୍ରସ୍ତର ସ୍ଥାପନ 

ଚଣ୍ଡିଖୋଲ ୨୪/୪(କ ବ୍ୟୁ) ଗ୍ରାମାଞ୍ଚଳର ସହର ର ସମସ୍ତ ସୁବିଧା ଉପଲବ୍ଧ କରିବାପାଇଁ ରାଜ୍ୟ ସରକାର ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ଏହି ଅବସରରେ ଆଜି ବଡଚଣା ବ୍ଲକ୍ ଅନ୍ତର୍ଗତ ଚଣ୍ଡିତଳ ପଞ୍ଚାୟତର ବାତୋ ଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା ଆନୁକୁଲ୍ୟରେ ୭ଲକ୍ଷ ଟଙ୍କା ବ୍ୟୟ ବରାଦ ରେ ଏକ ବଜାର ପରିସର ନିର୍ମାଣ ର ଭିତ୍ତି ପ୍ରସ୍ତର ସ୍ଥାପନା କରlଯାଇଛି।ବଡଚଣା ବିଧାୟକ ଅମର ନାୟକ ଏହାକୁ ଉଦ୍ଘାଟନ କରିବା ସହିତ ଏହି ବଜାର ପରିସର ନିର୍ମାଣ ହେଲେ ସ୍ଥାନୀୟ ବ୍ୟବସାୟୀ ମାନେ ଏଠାରେ ସ୍ଥାୟୀ ଭାବରେ ବ୍ୟବସାୟର କରିବେ। ଏହି ବଜାର ପରିସର ଯଥା ଶୀଘ୍ର ନିର୍ମାଣ କରାଯାଇ ବ୍ୟବସାୟୀ ମାନଙ୍କୁ ଘର ଯୋଗାଇ ଦିଆଯିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ରବିନ୍ଦ୍ର କୁମାର ପ୍ରଧାନ, ସାଂସଦ ଙ୍କ ପ୍ରତିନିଧି ରବିନ୍ଦ୍ର କୁମାର ରାଉତ, ଯାଦବ ସଙ୍ଘ ସଭାପତି ପୁଷ୍ପଲତା ବେହେରା, ଗିରିଧାରୀ ରାଉତ, କମାର ମଲିକ, ଶରତ କୁମାର ବେହେରା , ତୃପ୍ତି ରଞ୍ଜନ ଦାସ, ପଙ୍କଜ ଦାସ, ଜୟରାମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *