ଜାତୀୟ ପଂଚାୟତରାଜ ଦିବସ ପାଳିତ। 

ଚଣ୍ଡିଖୋଲ ୨୪/୪(କ ବ୍ୟୁ) ଆଜି ରାଜ୍ୟ ସ୍ତରୀୟ ପଞ୍ଚାଯତ ରାଜ ଦିବସ ପୁରୀ ର ତାଳବଣିଆ ଠାରେ ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଦ୍ବାରା ଉଦ୍ଘାଟନ ହେଲା ପରେ ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ଆଜି ବଡଚଣl ବ୍ଲକ୍ ପରିସରରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି। ବିଡିଓ ରବିନ୍ଦ୍ର କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଡଚଣା ବିଧାୟକ ଅମର ନାୟକ ମୁଖ୍ୟମନ୍ତ୍ରି ମୋହନ ମାଝୀ ଙ୍କ ନେତୃତ୍ଵରେ ଓଡିଶାରେ ଯେଉଁ ବିକାଶ ଧାରା ଚାଳିଛି ସେହି ବିକାଶ ଧାରରେ ବଡଚଣା ବ୍ଲକ୍ କୁ ସାମିଲ କରିବା ସହିତ ଏକ ଶାନ୍ତ ସମୃଦ୍ଧ, ବିକଶିତ ବଡଚଣା ଗଠନ କରିବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ। ଏହି ଅବସରରେ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଉତ୍ସବ ରେ ନୂତନ ହିତାଧୀକାରୀ ମାନଙ୍କୁ ରାସନ୍ କାର୍ଡ ବଣ୍ଟନ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା, ବ୍ଲକସ୍ତରୀୟ ଷ୍ଟାଡିୟମ୍ ଭିତ୍ତି ପ୍ରସ୍ତର ସ୍ଥାପନ,ସମେତ ୨ଲକ୍ଷ ରୁ ଅଧିକ ହିତାଧୀକାରୀ ଙ୍କୁ ସୁଭଦ୍ରା ଯୋଜନା ର ସହାୟତା ରାଶି ପ୍ରଦାନ କରିବା ର ଶୁଭାରମ୍ଭ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ସାଂସଦ ଙ୍କ ପ୍ରତିନିଧି ରବୀନ୍ଦ୍ର କୁମାର ରାଉତ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଜିଲ୍ଳା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ସ୍ଵୟଂ ସହାୟିକା ଗୋଷ୍ଠୀ, ଅଙ୍ଗନବାଡି କର୍ମୀ, ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *