ୟୁଜେଏ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ପଞ୍ଜାବ ଓ ଜାମ୍ମୁରେ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୨୧/୦୪ : ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡାଙ୍କୁ ଜାମ୍ମୁ ପ୍ରେସକ୍ଳବ ଓ ପଞ୍ଜାବର ଜଳନ୍ଧର ସ୍ଥିତ ଗୁରୁ ନାନକ ବିଶ୍ୱବିଦ୍ୟାଳୟ (ଜିଏନୟୁ)ର ସେଣ୍ଟ ଇଷ୍ଟର ସୋଲଗର ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି!ଭାଷା ସାହିତ୍ୟ,
ସାଙ୍ଗଠନୀକ ଦକ୍ଷତା ତଥା ସାମ୍ବାଦିକତା କ୍ଷେତ୍ରରେ ବିଶେଷ ସଫଳତା ପାଇଁ ଶ୍ରୀ ପଣ୍ଡାଙ୍କୁ ସମ୍ମାନିତ କରାଯାଇ ପ୍ରଶସ୍ତିପତ୍ର,ଉପଢୌକନ ଓ ପ୍ରିତି ଉପହାର ପ୍ରଦାନ କରାଯାଇଥିଲା!ଜଳନ୍ଧର ସ୍ତିତ ପଞ୍ଜାବ ପ୍ରେସକ୍ଳବର ବରିଷ୍ଠ ସଭ୍ୟ,ସୁଫି ଗାୟକ ତଥା ବଲିଉଡ ମିୟୁଜିକ ଡାଇରେକ୍ଟର ଓଡିଆପୁଅ ପ୍ରକାଶକୁମାର ରାଉତ ରାଜପୁତଙ୍କ ଅଧ୍ୟକ୍ଷତାରେ କଲେଜ ପରିସରରେ ଆୟୋଜିତ ଉତ୍ସବରେ ସେଣ୍ଟ ଇଷ୍ଟର ସୋଲଗର କଲେଜର ଅଧ୍ୟକ୍ଷ ସରଦାର ଡଃ ମନଗିନ୍ଦର ସିଂ, ବିଶ୍ୱବିଦ୍ୟାଳୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟକୁମାର ଶର୍ମା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ!ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ପଣ୍ଡା ଜଳନ୍ଧର ପ୍ରେସକ୍ଳବ ଓ ସେଣ୍ଟ ଇଷ୍ଟର କଲେଜର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଁବା ସହ ମହାପ୍ରଭୁ ଜଗନ୍ନାଥ ଓ ମହାଦେବ ଲିଙ୍ଗରାଜଙ୍କ ପ୍ରସାଦ ପ୍ରଦାନ କରିଥିଲେ! ଏଥିରେ ପଞ୍ଜାବ ପ୍ରେସକ୍ଳବ ଓ ସେଣ୍ଟ ଇଷ୍ଟର କଲେଜର ଶୀତଲ ଶର୍ମା,ପାୟଲ ପହୁଆର,ରେଖା ଜ୍ୟୋତି,ପବନ କୁମାର,ଦେବ ରାଜ,ବନ୍ଦନା ଶର୍ମା, ରଜନୀ ଭଣ୍ଡାରୀଙ୍କ ସହିତ ବହୁ ସଦସ୍ୟ ଉପସ୍ଥିତ ଥିଲେ ! ସେହିପରି ଜାମ୍ମୁ ଗସ୍ତ ସମୟରେ ପ୍ରେସକ୍ଳବ ଅଫ ଜାମ୍ମୁର ସଭାପତି ସଞ୍ଜୀବ ପରାଗଲଙ୍କ ଅଧ୍ୟକ୍ଷତାରେ ଶ୍ରୀ ପଣ୍ଡାଙ୍କୁ ଜାମ୍ମୁ ପ୍ରେସକ୍ଳବରେ ସମ୍ବର୍ଦ୍ଧିତ କରାଯାଇଥିଲା! ଏଥିରେ କଟରା ସ୍ଥିତ ବୈଷ୍ଣୋଦେବୀ ପ୍ରେସକ୍ଳବର ସଭାପତି ଅରୁଣକୁମାର ଶର୍ମାଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ!

Leave a Reply

Your email address will not be published. Required fields are marked *