
ଛତ୍ରପୁର : ୨୨.୦୪.୨୫
(ମିଥୁନ ବାରିକ୍)
ଛତ୍ରପୁର : ଚମାଖଣ୍ଡି ଥାନା ଅଧୀନ ନରେନ୍ଦ୍ରପୁର ପଂଚାୟତ ର ରଘୁନାଥପୁର ରେ ଥିବା ସରକାରୀ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଭାଟିରେ ଦୁର୍ବୁର୍ତ୍ତମାନେ ପଶି ରବିବାର ଅପରାହ୍ନରେ ଭଙ୍ଗାରୁଜା କରି ଆତଙ୍କରାଜ କରିଛନ୍ତି ଏଥିସହ ସେଠାରେ ଲାଗି ଥିବା ସିସି କ୍ୟାମେରା ସହ ତାର ହାର୍ଡ ଡିସ୍କ କୁ ମଧ୍ୟ ଭଙ୍ଗାରୁଜା କରି ଦୁର୍ବୁର୍ତ୍ତ ମାନେ ଚାଲିଯାଇଛନ୍ତି ଏନେଇ ଚମାଖଣ୍ଡି ଥାନାରେ ଉକ୍ତ ସରକାରୀ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଭାଟି ର ଲାଇସେନ୍ସଧାରୀ ଜେ. ସାବିତ୍ରୀ ରେଡ୍ଡୀ ଲିଖିତ ଏତଲା ଦେଇଛନ୍ତି ଉକ୍ତ ମଦ ଭାଟି କୁ ଦଖଲ କୁ ଜବରଦସ୍ତ ନେବା ଲାଗି ବାରମ୍ବାର ଉକ୍ତ ଦୁର୍ବୁର୍ତ୍ତ ମାନେ ଧମକ ଦେଇଆସୁଥିଲେ ବୋଲି ସେ କହିଛନ୍ତି ଏସମ୍ପର୍କରେ ଖବର ପାଇ ଚମାଖଣ୍ଡି ଥାନା ପୋଲିସ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।