
ଚଣ୍ଡିଖୋଲ,୨୨/୪(କ ବ୍ୟୁ) ବରିଷ୍ଟ କମ୍ୟୁନିଷ୍ଟ ନେତା ତଥା ସିପି ଆଇ ର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ଜାତୀୟ ପରିଷଦର ସଭ୍ୟ ଦିବାକର ନାୟକ ଙ୍କ ଗତକାଲି ବିଳମ୍ୱିତ ରାତି ରେ ପରାଲୋକ ଘଟିଛି। ବୃକକ ଜନିତ ରୋଗ ରେ ଆକ୍ରାନ୍ତ ହୋଇ ୭୨ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ଦୀର୍ଘ ବର୍ଷ ଧରି ଖଟିଖିଆ, ସର୍ବହରା ଙ୍କ ପାଇଁ କାର୍ଯ୍ଯ କରିବା ସହିତ ଛାତ୍ର ଜୀବନରୁ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ତାଙ୍କ ମର ଶରୀର କୁ ନିଜ ଗ୍ରାମ ଭଦ୍ରକ ଜିଲ୍ଲା ଷଣ୍ଢତିରା ଗ୍ରାମକୁ ନେବା ବାଟରେ ଆଜି ଚଣ୍ଡିଖୋଲ ଛକ ଠାରେ ବଡଚଣା ଜୋନାଲ କମିଟି ଓ ସୁଙ୍ଗୁଡା ଶାଖା କମିଟି ତରଫରୁ ତାଙ୍କ ଶବାଧାରରେ ପୁଷ୍ପମଲ୍ୟ ଅର୍ପଣ କରାଯାଇଥିଲା। ଜିଲ୍ଲା ସମ୍ପାଦକ ଅଜୟ ବିଶ୍ବାଳ, ସୁଙ୍ଗୁଡା ଶାଖା ସମ୍ପାଦକ ଭଗଵାନ ପଣ୍ଡା, ବରିଷ୍ଟ ନେତା ଯଚିନ୍ଦ୍ର ଜେନା ପ୍ରଦୀପ୍ତ କୁମାର ଜେନା ସମେତ ବହୁ ସାଥି ଓ ସମର୍ଥକ ମାନେ ଉପସ୍ଥିତ ରହି ଶବା ଧାରରେ ପୁଷ୍ପ ମlଲ୍ୟ ଅର୍ପଣ କରିଥିଲେ।