ପାରିଶ୍ରମିକ ବୃଦ୍ଧି ନେଇ ଜନସେବା କର୍ମଚାରୀଙ୍କ ଆନ୍ଦୋଳନ

ଚଣ୍ଡିଖୋଲ : ୧୫/୫(କ ବ୍ୟୁ) କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକୁ ଜନସାଧାଣଙ୍କ ନିକଟରେ ପହଞ୍ଚାଇବା ସହିତ ଯୋଜନା ଗୁଡ଼ିକୁ ସଫଳ ରୂପାୟନ କରିବାରେ ଗ୍ରାମାଞ୍ଚଳରେ ଥିବା ଜନସେବା କର୍ମଚାରୀଙ୍କ ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ଵ ରହିଛି। ମାତ୍ର ସରକାର ସେମାନଙ୍କ ପ୍ରତି କୌଣସି ଦୃଷ୍ଟି ନଦେବା ପ୍ରତିବାଦରେ ଆଜି ବଡଚଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଜନସେବା କର୍ମଚାରୀ ମାନେ ଆନ୍ଦୋଳନ କରିବା ସହିତ ବଡଚଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ମଧ୍ୟମରେ ଏକ ଦାବୀପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟକୁ ପ୍ରେରଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ଓ ରାଜ୍ୟ ସରକାରଙ୍କ ସୁଭଦ୍ରା କାର୍ଡ ବଣ୍ଟନ ଦାୟିତ୍ଵ ଜନସେବା କର୍ମଚାରୀ ମାନଙ୍କୁ ପ୍ରଦାନ କରଯାଇଛି। ମାତ୍ର ଏଥିପାଇଁ ସେମାନଙ୍କୁ କାର୍ଡ ପିଛା ୨ଟଙ୍କା ୪୫ପଇସା ଦିଆ ଯାଇଛି। ସ୍ୱଳ୍ପ ଟଙ୍କା ଓ ଘରକୁ ଘର ବୋଲି କାର୍ଡ ବଣ୍ଟନ କରିବା ସେମାନଙ୍କ ପକ୍ଷେ କଷ୍ଟ କର ହୋଇ ପଡୁଛି।ଗ୍ରାମାଞ୍ଚଳରେ ଥିବା ବେକାର ଯୁବକ ଯୁବତୀମାନେ ନିଜର ଜୀବିକା ନିର୍ବାହ ପାଇଁ ଜନସେବା କେନ୍ଦ୍ର ଖୋଲି ପରିବାର ପ୍ରତିପୋଷଣ କରୁଥିବା ବେଳେ ସରକାର ଯାହାକୁ ନାହିଁ ତାହାକୁ ଆଇ , ଡି ଖୋଲିବାକୁ ଅନୁମତି ଦେଇ ଦେଉଛନ୍ତି ଫଳରେ ଫଳରେ ସେମାନେ କ୍ଷତି ଗ୍ରସ୍ତ ହେଉଛନ୍ତି।ଏଥିସହିତ ପ୍ରତିଦିନ ନିର୍ଦ୍ଦିଷ୍ଟ ଗୋଟିଏ ଗ୍ରାମକୁ କାର୍ଡ ବଣ୍ଟନ କରିବା ପାଇଁ ନଦେଇ ଏଣେତେଣେ ଦେଇଥିବାରୁ ସେମାନେ ବହୁ କଷ୍ଟ ସ୍ବୀକାର କରିବା କୁ ପଡୁଛି। ଏନ୍, ଏ,ଏମ୍ ଓ ଆଶା କର୍ମୀ ମାନଙ୍କ ଦ୍ବାରା ସହଯୋଗ ପାଇପାରୁ ନାହାନ୍ତି। ଫଳରେ ଜନସେବା କର୍ମଚାରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହାର ସମାଧାନ ପାଇଁ ଆଜି ବଡଚଣା ଚଣ୍ଡିଖୋଲ, ଧାନ ମଣ୍ଡଳ ଅଞ୍ଚଳର ବହୁ କର୍ମଚାରୀ ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବା ସହିତ, କାର୍ଡପିଛା ୫୦, ଟଙ୍କା, ଦରମା ପ୍ରଦାନ, ସମସ୍ୟାର ସମାଧାନ ନ ହେବା ଯାଏ ଏ,ଏନ୍ ଏମ୍ ଓ ଆଶା କର୍ମୀ ମାନଙ୍କ ଦ୍ଵାରା କାର୍ଡ ବଣ୍ଟନ ସ୍ଥଗିତ ରହିବା ଆଦି ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *