ସମାଜବିକାସ କର୍ମଜୀବୀ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଜଲଛତ୍ର ଶୁଭାରମ୍ଭ 

ଚଣ୍ଡିଖୋଲ ୧୫/୪(କ ବ୍ୟୁ) ଦିନକୁ ଦିନ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ପଥଚାରୀ ମାନଙ୍କୁ ସୁସ୍ୱାଦୁ ଦହି ସରବତ ବଣ୍ଟନ ଉଦ୍ଦେଶ୍ୟରେ ବଡଚଣା ଅଞ୍ଚଳର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମାଜ ବିକାଶ କର୍ମଜୀବୀ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଆଜି ଚଣ୍ଡିଖୋଲ ସ୍ଥିତ କାର୍ଯ୍ୟଳୟ ସମ୍ମୁଖରେ ଜଳଛାତ୍ର କେନ୍ଦ୍ର ଶୁଭାରମ୍ଭ ହୋଇଛି। ଏହି ଜଳଛତ୍ର କେନ୍ଦ୍ରକୁ ବରିଷ୍ଟ ସାମ୍ବାଦିକ ମହେଶ୍ୱର ବଳ ଓ ବିଶିଷ୍ଟ ଶ୍ରମିକ ନେତା ନୃସିଂହ ଚରଣ ମିଶ୍ର ମିଳିତ ଭାବେ ଶୁଭାରମ୍ଭ କରିଥିଲେ। ତିନୋଟି ଜାତୀୟ ରାଜପଥ ର ମିଳନ ସ୍ଥଳ ଚଣ୍ଡିଖୋଲ ଛକକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲୋକେ ଆସିଥାନ୍ତି । ଏ ଠାରେ ପାନୀୟ ଜଳ ର ସୁବିଧା ନ ଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସମାଜ ବିକାଶ କର୍ମଜୀବୀ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଖୋଲା ଯାଇଥିବା ଜଳ ଛତ୍ର କେନ୍ଦ୍ର ର ସାଧୁ ଉଦ୍ୟମ ଯୋଗୁ ପଥଚାରୀ ମାନଙ୍କୁ ସୁସ୍ୱାଦୁ ଦହି ପ୍ରସ୍ତୁତ ସର୍ବତ ବଣ୍ଟନ କରାଯାଉଛି। ଏହି ଜଳ ଛତ୍ର କେନ୍ଦ୍ର ଆଗମୀ ଦୁଇ ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ରମେଶ ଯେନl,ସମେତ କାର୍ତ୍ତିକ ଚନ୍ଦ୍ର ବେହେରା , ସ୍ତିତିପ୍ରଜ୍ଞା ବାରିକ, ସସ୍ମିତା ନାୟକ, ଶ୍ୟାମ ସୁନ୍ଦର ମଲ୍ଲିକ, ଭlଗ୍ୟଲକ୍ଷ୍ମି ରାଉତ, ମନୋଜ କୁମାର ସାହୁ, ଜଗତଜୀବନ ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *