
ଚଣ୍ଡିଖୋଲ : ,୧୫/୪(କ ବ୍ୟୁ) ବଡଚଣା ସ୍ଥିତ ଆମ୍ବେଦକର ପାର୍କ ଠାରେ ପ୍ରତିଷ୍ଠା କରାଯାଇଥିବା ସଂବିଧାନ ପ୍ରଣେତା, ଭାରତରତ୍ନ ଡ, ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ସମାରୋହ ଆମ୍ବେଦକର ପାଠାଗାର ଆନୁକୁଲ୍ୟରେ ସଭାପତି ଡ ପବନେଶ୍ୱର ଯେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଡଚଣା ବିଧାୟକ ଅମର ନାୟକ ସମାଜର ଅବହେଳିତ ନିଷ୍ପେସିତ ନିର୍ଯାତିତ ଅସହାୟ ମାନଙ୍କୁ,ସାମାଜିକ , ରାଜନୈତିକ ଓ ଆର୍ଥିକ ନ୍ୟାୟ ପ୍ରଦାନ କରିବା ସହିତ ସମାଜର ସର୍ବ ନିମ୍ନ ସ୍ତରରେ ଥିବା ଅନୁସୂଚିତ ଜାତି ଜନଜାତି ଓ ସଂଖ୍ୟାଲଘୁ ସମ୍ପ୍ରଦାୟର, ଆଦିବାସୀ ମାନଙ୍କ ନିକଟତର ସରକାରଂକ ଯୋଜନା ପହଞ୍ଚାଇବା ସହିତ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମ୍ବେଦକର ଙ୍କ ସ୍ବପ୍ନ ଥିଲା ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ସାମାଜିକ ସୁରକ୍ଷା, କର୍ମୀ ମାନସ ଯେନl ନାରୀ ସମତା , ଜାତି ଅସ୍ପୁଷ୍ୟତା ନାରୀ ଶିକ୍ଷା, ମାତୃତ୍ଵ ଛୁଟୀ, ନାରୀଙ୍କ ପ୍ରତି ଧର୍ମରେ ଥିବା ଅନ୍ୟାୟ ନୀତିର ବିରୋଧ, ଉପରେ ଆଲୋଚନା କରିବା ସହିତ ଯେଉଁ ସମାଜରେ ଜାତି, ଶ୍ରେଣୀ ବା ଲିଙ୍ଗ ଆଧାରରେ ଭେଦଭାବ ହୁଏ ସେ ସମାଜ ନ୍ୟାୟପୂର୍ଣ୍ଣ ହୋଇ ପାରିବ ନାହିଁ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବେ ସ୍ଥାନୀୟ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଯୋଗଦେଇ ଶିକ୍ଷା ହେଉଛି ନ୍ୟାୟ ଓ ସମତା ପାଇଁ ଆନ୍ଦୋଳନର ପ୍ରଥମ ଏବଂ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ଶିକ୍ଷା ଦ୍ୱାରା ସଚେତନତା , ଆନ୍ଦୋଳନ ଦ୍ଵାରା ପ୍ରତିବାଦ ଓ ସଙ୍ଗଠନ ଦ୍ଵାରା ସଙ୍ଗଠିତ ଶକ୍ତି ତିଆରି କରିବା, ଶିକ୍ଷା ହିଁ ସ୍ବାଧୀନତା ଓ ଅଧିକାର ପାଇଁ ପ୍ରଥମ ଆବଶ୍ୟକତା ବୋଳି କହିବା ସହିତ ଶିକ୍ଷା ହିଁ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା,ସାମାଜିକ ନ୍ୟାୟ ପାଇଁ ଆନ୍ଦୋଳନ କରିବା ଓ ବିଭିନ୍ନତା ମଧ୍ୟରେ ଏକତା ହିଁ ତାଙ୍କ ଜୀବନର ସ୍ବପ୍ନ ଥିଲା ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ବଡଚଣା ପଞ୍ଚାଯତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ବରିଷ୍ଟ ସମାଜ ସେବୀ ଆଦିକନ୍ଦ ଯେନl ପ୍ରମୁଖ ଆମ୍ବେଦକରଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ।ସମ୍ପାଦକ ଜୟନ୍ତ ନାଗବଂଶୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରଶ୍ମି ରଞ୍ଜନ ମଲ୍ଲିକ ଧନ୍ୟ ବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃତୀ ଓ ବୃତ୍ତି ରେ ପ୍ରତିଷ୍ଠା କରିଥିବା ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।