ଛତ୍ରପୁର ଥାନାର କାର୍ଯ୍ୟରତ କନଷ୍ଟେବଳ ଙ୍କ ମୃତ୍ୟୁ ।

ଛତ୍ରପୁର : ୧୬.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର: ଛତ୍ରପୁର ଥାନାରେ କାର୍ଯ୍ୟରତ ପି. କାଣ୍ଡେଶ୍ଵର ପ୍ରଧାନଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର କାଣ୍ଡେଶ୍ୱର ଙ୍କ ମୃତ୍ୟୁ ଘଟିଥିଲା । ଛତ୍ରପୁର ଥାନା ପରିସରରେ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ରଂଜିତ କୁମାର ପୃଷ୍ଟି, ଛତ୍ରପୁର ଏସ ଡିପିଓ ଚନ୍ଦନ କୁମାର ଘଡେଇ, ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତି, କନଷ୍ଟେବଳ ସଙ୍ଘର ସଭାପତି ଗୋରା ଚାନ୍ଦ ତ୍ରିପାଠୀଙ୍କ ସମେତ ଛତ୍ରପୁର ଥାନାର ବହୁ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କ ପାର୍ଥବ ଶରୀରରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସ‌ହିତ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

Leave a Reply

Your email address will not be published. Required fields are marked *