ମିଳିତ ବାଙ୍ଗୀୟ ସମାଜର ବଙ୍ଗୀୟ ନୂତନ ବର୍ଷ ପାଳିତ।

୧୬.୦୪.୨୦୨୫
ଉମରକୋଟ, ନବରଙ୍ଗପୁର

Anchor – ଉମରକୋଟ ମିଳିତ ବଙ୍ଗୀୟ ସମାଜ ଦ୍ବାରା ଆୟୋଜିତ ବଙ୍ଗଳା ବର୍ଷ ବରଣ ଉତ୍ସବ ଉମରକୋଟ ସ୍ଥିତ ରାମ ମନ୍ଦିର ନିକଟସ୍ଥ କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ସମ୍ମାନୀତ ଅତିଥୀ ଭାବରେ ସର୍ବଶ୍ରୀ ତପନ କୁମାର ପାଲ ,ପ୍ରଶାନ୍ତ କୁମାର ସାହୁ, ରମେଶ ଚନ୍ଦ୍ର ରାୟ , ପରିତୋଷ ଦେ , ରେବତୀ ମୋହନ ଶିବ ,ବିବେକାନନ୍ଦ ବୈଦ୍ଯ ଏବଂ ଶ୍ରୀମତୀ ଆଲୋ ରାଣୀ ଯୋଗ ଦେଇ ନୂଆ ବର୍ଷର ଶୁଭେଚ୍ଛା ଜ୍ଞାପନ କରିଥିଲେ । ବଙ୍ଗୀୟ ସମାଜର ଅନ୍ଯତମ ଆକର୍ଷଣ ଯାହାକି ବଙ୍ଗୀୟ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ,ଗୀତ କବିତା ପାଠ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଜୟନ୍ତ କୁମାର ସାନା ଓ ଇନ୍ଦ୍ର ନୀଳକର ଏବଂ ସାଂସ୍କୃତିକ ଅନୁଷ୍ଠାନ ପରିଚାଳନା କରିଥିଲେ ବଙ୍କିମ ଚନ୍ଦ୍ର ମଣ୍ଡଳ ଓ ଶ୍ରୀମତୀ ସୀମା ପାଲ । ଏହି କାର୍ଯ୍ୟକ୍ରମ ରେ ଉମରକୋଟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଥିଲେ। କାର୍ଯ୍ୟକ୍ରମ ଶେଷରେ ଆନନ୍ଦ ବଜାର ଅନୁଷ୍ଠିତ ହୋଇଥିଲା। ଉତ୍ସବ କାର୍ଯ୍ୟକ୍ରମ ପରିଚାଳନା କମିଟିର ସମସ୍ତ ସଦସ୍ୟ ସମସ୍ତେ କହିବାନୁଯାୟୀ ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ଅନୁଷ୍ଠିତ ହେଲେ କୋଣ ଅନୁକୋଣରେ ଥିବା ସମସ୍ତ ଲୋକେ ଏହି ଦିନ ଏକତ୍ରିତ ହୋଇ ନିଜ ନିଜର ବନ୍ଧୁ ବାନ୍ଧବ ଙ୍କ ସହ ମିଶିବା ପାଇଁ ସୁଯୋଗ ପାଇପାରିବେ ।
ଉମେରକୋଟ ରୁ ସନ୍ତୋଷ ଦଳାଇ ଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *