ଛତ୍ରପୁର ରେ ଅଗ୍ନିଶମ ସେବା ଦିବସ ପାଳିତ

ଛତ୍ରପୁର : ୧୬.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ଦମକଳ କେନ୍ଦ୍ର ତରଫରୁ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ୮୧ ତମ ଓଡ଼ିଶା ଅଗ୍ନିଶମ ସେବା ଦିବସ ପାଳିତ ହୋଇଯାଇଛି। ଜନ ସଚେତନତା ଅଭିଯାନ ସ୍ଵରୂପ ସପ୍ତାହ ବ୍ୟାପୀ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ମୋକ୍ ଡ୍ରିଲ୍ କରାଯାଇ ଜନସଚେତନତା କରାଯାଉଛି । ଜନ ସଚେ ତ ନ ତା କାର୍ଯ୍ୟ କ୍ର ମ ମାଧ୍ୟମରେ ନିଆ କୁ ଆୟତ୍ତ କରିବା, ପ୍ରାକୃତିକ ଦୁର୍ବିପାକ ସମ୍ପର୍କିତ କୌଣସି ଅସୁବିଧା ବଶତଃ ଅଘଟଣ, ସର୍ଟସର୍କିଟ ଜନିତ ଦୁର୍ଘଟଣା, ଅଗ୍ନିକାଣ୍ଡ ଘିଟି ଯିବା, ଆଦି କ୍ଷେତ୍ରରେ ବିଭିନ୍ନ ସତର୍କତ୍ତା ମୂଳକ ନକ୍ଷେପ ମାନ ଲୋକଙ୍କୁ ଦର୍ଶାଇ ଯାଇଛି ୧ ଅଗ୍ନି ର୍ନିବାପକ ପ୍ରତି
ବିଶେଷ ଧ୍ୟାନ ଦେବା, ଅଗ୍ନି ର୍ନିବାପକ ଯନ୍ତ୍ରର ବ୍ୟବହାର ଉପରେ ଗୁରୁତ୍ଵ ପ୍ରଦାନ ଆଦି ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ଫାୟାର ବ୍ରିଗେଡିୟର ଟିମ୍‌ଙ୍କ ସହ ବରିଷ୍ଠ ଛତ୍ରପୁର ଦମକଳ କେନ୍ଦ୍ର ଅଧୂକାରୀ ଧନଞ୍ଜୟ ମଲ୍ଲିକ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ ସେବା ଦଳ ଓ ପୋଲିସ ଅଧିକାରୀ, ପୋଲିସ ବାହିନୀ ପକ୍ଷରୁ ବିଳମ୍ବିତ ରାତ୍ରି ରେ ଛତ୍ର ପୁର ମୁଖ୍ୟ ବଜାର ରିକାପଲ୍ଲୀ ସ୍ଥିତ ଏକ୍ସ ପ୍ରେସ୍ ବଜାର ମହଲ ନିକଟରେ ମିଳିତ ମୋକ୍ ଡ୍ରିଲ୍ ଅପରେସନ କରାଯାଇ ଜନ ସଚେତନତା କରାଯାଇଥିଲା । ଫାୟାର ବ୍ରିଗେଡିୟର ଟିମ୍‌ଙ୍କ ସହ ଅଧିକାରୀଙ୍କ ଚମତ୍କାର ପ୍ରଦର୍ଶନ କରିଥିଲେ l

Leave a Reply

Your email address will not be published. Required fields are marked *