



ପଦ୍ମପୁର : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକରେ ଦୋମୁହାଁ ପର୍ବ ପାଳନ ହୋଇଯାଇଛି l ଗାଇସିଲେଟ ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ବା ଡାକ୍ତରଖାନା ରାସ୍ତା ନିକଟରେ ଦଣ୍ଡାୟମାନ ଥିବା ଆମ୍ବେଦକରଙ୍କ 134ତମ ଜନ୍ମ ଜୟନ୍ତୀ ପାଳନ ଓ ଗାଇସିଲେଟ ବସଷ୍ଟାଣ୍ଡ ନିକଟରେ ଥିବା ହନୁମାନ ମନ୍ଦିରରେ ପଣସଂକ୍ରାନ୍ତି ଉପଲକ୍ଷେ ହନୁମାନ ଜୟନ୍ତୀ ଉଭୟ ସ୍ଥାନରେ ଆଜି ପାଳନ କରାଯାଉଛି l ହନୁମାନ ଜୟନ୍ତୀରେ ଅଂଚଳରୁ ଭକ୍ତି ଭାବାପର୍ଣ ଲୋକେ ବହୁ ସଂଖ୍ୟାରେ ଆସି ହନୁମାନ ଚାଳିଶା ପାଠ କରିଥିଲେ l ଏଥି ସହିତ ସୁନ୍ଦରାକାଣ୍ଡ ପାଠ କରାଯାଇ ଥିଲା ହନୁମାନ ଅଭିନୟ କରି ଛୋଟ ଛୋଟ ଛୁଆଙ୍କ ମନକୁ ନୃତ୍ୟ ମାଧ୍ୟମରେ ମୁଗ୍ଧ ଲାଗୁଥିଲା l ସମୟ ଅନୁସାରେ ପଣା ପିଇ ମଧ୍ୟାହ୍ନ ବେଳେ ଅନ୍ନର ବ୍ୟବସ୍ଥା କରାଯାଇଥିଲା lଏହି ହନୁମାନ ମନ୍ଦିରଟି 2009ରୁ ତିଆରି କରାଯାଇ ପ୍ରତିବର୍ଷ ଯାକଜମକରେ କ୍ରମାଗତ ପାଳନ ହେଉଛି l ଉକ୍ତ ମନ୍ଦିରଟି ଦିନଦୟାଳୁ, ବାଲ୍ୟଯୋଗୀ ନିଷ୍କପଟ ଶ୍ରୀ ପଙ୍କଜ ପୁରୋହିତ ତିଆରି କରିଛନ୍ତି l ତାଙ୍କ ସାନ ଭାଇ ଶ୍ରୀ ଆଦିକନ୍ଦ ପୁରୁହିତ ଦେଖଭାଲ କରିବା ସହିତ ପ୍ରତିଦିନ ପୂଜା କରିବାକୁ ଶ୍ରୀ ବାସୁଦେବ ପୁରୋହିତଙ୍କୁ ଖଞ୍ଜିଛନ୍ତି l ଅନ୍ୟ ପଟରେ ଆଇନ ପ୍ରଣେତା ବି. ଆର. ଆମ୍ବେଦକରଙ୍କ ଜୟନ୍ତୀରେ ଲକ୍ଷେଘର ଗଣ୍ଡା ସମାଜ ସଭାପତି ଶ୍ରୀ ଗୋଲାପ ଓ କବି ରତ୍ନ ଶ୍ରୀ ଶେଷଦେବ ଦୀପ ଓ ପୂର୍ବତନ ସଭାପତି ଶ୍ରୀ ଚନ୍ଦ୍ରଶେଖର ସାଗର ପ୍ରଦୀପ ପ୍ରଜ୍ବଳନ କରି ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଅଞ୍ଚଳର ବିଶିଷ୍ଟ ଲୋକଙ୍କ ମେଳରେ କରିଥିଲେ l ଏହି ପ୍ରତିମୂର୍ତ୍ତୀ ପାଇଁ ଶ୍ରୀ ନୀଳ ମାଧବ ସୁନାଙ୍କଅବଦାନ ମହାନ ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣୟ କୁମାର ସାହୁ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶ୍ରୀ ଲକ୍ଷ୍ମଣ ମାଝୀ ମୂର୍ତ୍ତି ସୌନ୍ଦର୍ଯ୍ୟ କରଣ କରିବାରେ ବିଶେଷ ସହଯୋଗ କରିଛନ୍ତି lଏହା ପରେ ସାହେବଙ୍କ ଗୁଣଗାନ ସହିତ ନାରା ଲଗେଇ ନିକଟସ୍ଥ ଚିଖିଲି ଅଭିମୁଖେ ଶୋଭାଯାତ୍ରା କରିଥିଲେ l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ l