
ଉମରକୋଟ :- ଉମରକୋଟ ସହର ରେ ଆଜି ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି ଡ଼ ଭୀମ ରାଓ ଆମ୍ବେଦକର ଙ୍କ।ଉମରକୋଟ ସହରର ଡି ଏନ କେ,ଗୋପବନ୍ଧୁ ଛକ ଠାରୁ ଏକ ରାଳି ବାହାରି ଥିଲେ ଏସ ସି/ଏସ ଟି ବର୍ଗ ର ଆମ୍ବେଦକର ବାଦି ମହିଳା ଓ ପୁରୁଷ।ଏହି ରାଲି ସହର ପରିକ୍ରମା କରିଥିଲେ ଓ ନୂତନ ବସ୍ ଷ୍ଟାଣ୍ଡ ରେ ଥିବା ବାବସହେ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି” ଜୟ ଭୀମ ଜୟ ସମ୍ବିଧାନ “ର ନାରାବାଜି ଦେଇଥିଲେ ଏଵଂ ପୁରୁଣା ବସ୍ ଷ୍ଟାଣ୍ଡ ରେ ଥିବା ସ୍ବାଧୀନ ସଂଗ୍ରାମୀ ରବି ସିଂ ମାଝି ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଚୁନିଲାଲ ମିର୍ଦ୍ଧା,ଗଙ୍ଗା ଧର କଚିମ୍ , କୈଳାସ ନାୟକ ଓ କାମଳ ଗାଇନ୍ ଙ୍କ ସହ ପ୍ରାୟ ୧୫୦ ରୁ ଅଧିକ ଆମ୍ବେଦକର ବାଦି ଯୋଗଦାନ ଦେଇଥିଲେ ।
ଉମେରକୋଟ ରୁ ସନ୍ତୋଷ ଦଳାଇ ଙ୍କ ରିପୋର୍ଟ, ଉମେରକୋଟ