ସକ୍ଷମ ନେତୃତ୍ୱରେ ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନ

ରାୟଗଡା (କ :ପ୍ର )ଓଡିଶା ପଶ୍ଚିମ ପ୍ରାନ୍ତର ରାୟଗଡା ଜ଼ିଲ୍ଲା ସକ୍ଷମ ନେତୃତ୍ୱରେ ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନ ହେଇଯାଇଛି | ରାୟଗଡା ସଦର ମହକୁମାରେ ଥିବା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ ଫାଟକ ସମ୍ମୁଖରେ, ସକ୍ଷମ ତରଫରୁ ପଣା ବଣ୍ଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି | ଜ଼ିଲ୍ଲା ସଭାପତି ସୁଶ୍ରୀ ଅନିତା ନନ୍ଦ ନେତୃତ୍ୱରେ ଜ଼ିଲ୍ଲା ଓ ପ୍ରାନ୍ତର ସକ୍ଷମ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପାଳନ ହେଲା | ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଭାଗ ନେଇ ପରିଚାଳନାରେ ସହଯୋଗ କରିଥିଲେ | ସୂଚନା ଅନୁସାରେ ୧୦୦୦ ରୁ ଅଧିକ ଜନସାଧାରଣ ପଣାର ସେବନ କରିଥିଲେ | ଆରମ୍ଭରେ ଭାରତ ମାତାଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ବଳନ କରି ଭାରତ ମାତାକି ଜୟ ଓ ସକ୍ଷମ ଭାରତ ସମର୍ଥ ଭାରତ ନାରାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ସଭାପତି ଅନିତା ନନ୍ଦ, ଡକ୍ଟର ବାଦଲ କୁମାର ତା,ରାମଚନ୍ଦ୍ର ସାହୁ, ଶ୍ୟାମ କୁମାର ଦାଶ, ବିଦ୍ୟା ଭୂଷଣ ପଣ୍ଡା,ଅଜୟ ରଥ,ଏମ ବିଦ୍ୟା ସାଗର,ବିଜୟ ଦାଶ,ଚିତ୍ତରଞ୍ଜନ ପ୍ରଧାନ, ଶଶୀଭୂଷଣ ହୋତା, ଟି ନାଗରାଜୂ, ଅଜୟ ଚୁଲେଟ, ନରେଶ ବିଡ଼ିକା, ବିଜୟ ଉଲ୍ଲାକା, ଜଗୁ ମାଝୀ,ସୁଶାନ୍ତ ମିଶ୍ର, ଚିଣ୍ଟୁ ଚୌଧୁରୀ,ଜଳେନ୍ଦ୍ର ବାଚେଲି, ବିଦୁଲତା ହୁଇକା, ମଞ୍ଜୁଳା ମିଣିଆକା, ଝରଣା ମହାନ୍ତି,ସସ୍ମିତା ଦାଶ,ରଚନା ପାଣିଗ୍ରାହୀ ଓ ରିଙ୍କି ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ | ସକ୍ଷମର ପ୍ରଥମ ଅକ୍ଷର ହଉଛି ସ ଅର୍ଥାତ ସମଦୃଷ୍ଟି ତେଣୁ ଆଜିର ଏହି ପବିତ୍ର ଦିନରେ ଦିବ୍ୟାଙ୍ଗ ମାନେ ମଧ୍ଯ ଆଗଧାଡିରେ ରହି ଭାଇଚାରାର ବାର୍ତ୍ତା ଦେବାପାଇଁ ସକ୍ଷମ ତରଫରୁ ଏହି କାର୍ଯ୍ୟକ୍ରମ ହେଇଥିଲା ସେଇପରି ଆଗକୁ ମଧ୍ୟ ଦିବ୍ୟାଙ୍ଗ ନେତୃତ୍ୱରେ ଅନେକ କାର୍ଯ୍ୟକ୍ରମ କେବଳ ଜ଼ିଲ୍ଲାରେ ନୁହେଁ ପୁରା ପ୍ରାନ୍ତରେ କରାଯିବ ବୋଲି ପ୍ରାନ୍ତ ସଚିବ ଶ୍ୟାମ କୁମାର ଦାଶ କହିଛନ୍ତି | ରାୟଗଡା ରୁ ତପନ କାଡ୍ରାକା ଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *